ଆସୁଥିବା ମହାବାତ୍ୟାର ନାମ କାହିଁକି ହେଲା ଅମ୍ପାନ, ଜାଣନ୍ତୁ କ’ଣ ରହିଛି ଏହାର ରହସ୍ୟ

ବାତ୍ୟାଟିଏ ଆସିଲେ କୈାଣସି ନା କୈାଣସି ନାମ ନେଇ ଆସିଥାଏ । ତେବେ ଏହି ନାମକରଣ କିପରି ହୋଇଥାଏ କେମିତି ହୋଇଥାଏ ଜାଣନ୍ତି କି ? ପୂର୍ବରୁ ହୁଡୁହୁଡୁ, ତିତିଲି ଓ ଫନି ଭଳି ମହାବାତ୍ୟା ଆସି ଚାଲିଯାଇଛି ।

ଏବେ ଆସିଛି ‘ଅମ୍ଫାନ୍‌’ । ତେବେ ଏହି ନାମକରଣ ପ୍ରଥମେ ୨୦୦୪ ମସିହାରେ ଆରମ୍ଭ ହୋଇଥିଲା । ଆଠଟି ଦେଶ ୬୪ ଟି ନାମ ପ୍ରସ୍ତାବ ଦେଇଥିଲେ । ସେହି ତାଲିକାରୁ ‘ଅମ୍ଫାନ’ ହେଉଛି ଶେଷ ନାମ । ଯାହାକି ଏହି ମାସରେ ହେବାକୁ ଯାଉଛି ।

amphan-1

ଭାରତୀୟ ପାଣିପାଗ ବିଭାଗ ମଇ ମାସ ୧୯ରେ ଅମ୍ଫାନ ହେବା ନେଇ ପୂର୍ବାନୁମାନ କରିଥିଲା । ଯାହାର ବେଗ ଘଣ୍ଟାକୁ ୧୭୦ ରୁ ୧୮୦ କି.ମି ବେଗ ବା ଅତି ବେଶୀରେ ୨୦୦ କି.ମି ବେଗରେ ବହିବା ନେଇ ପ୍ରକାଶ କରିଛି ।

ତେବେ ଏହି ‘ଅମ୍ଫାନ’ ର ନାମ ୨୦୦୪ ମସିହାରେ ଥାଇଲାଣ୍ଡ ଦ୍ୱାରା ସ୍ଥିର ହୋଇଥିଲା । ଏହି ମହାବାତ୍ୟାର ନାମକରଣ ପାଇଁ ଏକ ତରିକା ରହିଛି । ୨୦୦୪ ମସିହାରେ ଭାରତ, ବାଂଲାଦେଶ, ମାଲ୍‌ଡେଭ୍‌ସ, ମ୍ୟାମାଁର,ଓମାନ, ପାକିସ୍ତାନ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଭଳି ୮ଟି ଦେଶ ପ୍ରଥମେ ୮ଟି ଲେଖାଏଁ ୬୪ ଟି ନାମ ବାଛି ଥିଲେ । ସେହି ତାଲିକା ଅନୁଯାୟୀ ‘ଅମ୍ଫାନ’ ଥିଲା ଶେଷ ନାମ ।

amphan-2

ଏହି ନାମ ଥାଇଲାଣ୍ଡ ଦ୍ୱାରା ଦିଆଯାଇଥିଲା । ଏହି ନାମ ସରିଯାଇଥିବାରୁ ଏବେ ୧୩ ଟି ଦେଶ ଆଗାମୀ ବାତ୍ୟା ପାଇଁ ୧୬୯ ଟି ନାମ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ନାମଗୁଡ଼ିକ ଆଗାମୀରେ ହେବାକୁ ଥିବା ବାତ୍ୟା ର ନାମକରଣ କରିବ ।

ତେବେ ନାମକରଣ କରିବାର କେତୋଟି ନିୟମ ରହିଛି । ସବୁ ଦେଶ ସେହି ଗାଇଡ୍‌ଲାଇନ୍‌ ଅନୁଯାୟୀ ବାତ୍ୟାର ନାମକରଣ କରିବେ । ମନଇଚ୍ଛା କେହି କୈାଣସି ବି ନାମ ଦେଇପାରିବେନି ।  ଏହି ତାଲିକା ପ୍ରସ୍ତୁତ କରିବାରେ ଭାରତ ପାଣିପାଗ ବିଭାଗ ମୁଖ୍ୟ ଭୂମିକା ନେଇଛି ।amphan-3

୨୦୦୪ ମସିହା ପୂର୍ବରୁ କାରିବାନ୍‌ ଆଇସଲାଣ୍ଡ ପ୍ରଥମେ ତାର ଆଞ୍ଚଳିକ ନାମ ଅନୁଯାୟୀ କିମ୍ବା ରୋମାନ୍‌ କାଥୋଲିକ ଭଗବାନଙ୍କ ନାମ ଅନୁଯାୟୀ ବାତ୍ୟାର ନାମକରଣ କରୁଥିଲା ।

୨୦୦୪ ମସିହାରେ ପ୍ରଥମେ ବାତ୍ୟାର ନାମକରଣ ହେବା ଦୃଷ୍ଟିରୁ ଓଡ଼ିଶାରେ ହୋଇଥିବା ମହାବାତ୍ୟାର କୈାଣସି ନାମକରଣ ହୋଇପାରି ନଥିଲା । ତେଣୁ ୧୯୯୯ ରେ ଓଡ଼ିଶାରେ ହୋଇଥିବା ବାତ୍ୟାକୁ କେବଳ ‘ ୧୯୯୯ ମହାବାତ୍ୟା’ ବୋଲି କୁହାଯାଇ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.