ଏଲଓସିରେ ଆଉ ଫୁଟିବନି ଗୁଳି: ସୀମାରେ ଶାନ୍ତି ରକ୍ଷା ପାଇଁ ଭାରତ-ପାକିସ୍ତାନ ସେନା ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ: ଏଲଓସିରେ ଫୁଟିବନି ଗୁଳି । ଭାରତ-ପାକିସ୍ତାନ DGMO ସ୍ତରୀୟ ରାଜିନାମା । ଜମ୍ମୁ କାଶ୍ମୀର ଏଲଓସିରେ ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି ଦୁଇ ଦେଶ । ସୀମାରେ ଶାନ୍ତି ବଜାୟ ରଖିବାକୁ ହୋଇଛି ଚୁକ୍ତି । ଦୁଇ ସେନା ପକ୍ଷରୁ ଏ ନେଇ ଯୁଗ୍ମ ବିବୃତ୍ତି ଜାରି କରାଯାଇଛି। ତେବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଏହା ପଛର ମୁଖ୍ୟ ନାୟକ କୁହାଯାଉଛି। ଏଲଓସିରେ ଶାନ୍ତି ପାଇଁ ଅନେକ ଦିନ ପୂର୍ବରୁ ଉଦ୍ୟମ ଆରମ୍ଭ କରିଥିଲେ ଡୋଭାଲ । ଇସଲାମାବାଦ ପ୍ରତିପକ୍ଷଙ୍କ ସହ ବ୍ୟାକ୍‌ ଚ୍ୟାନେଲ୍‌ରେ କଥାବାର୍ତ୍ତା ଜାରି ରଖିଥିଲେ । ଏହାର ତାର ଫଳାଫଳ ବୋଲି କୁହାଯାଉଛି ।

ପୂର୍ବରୁ ୨୦୦୩ରେ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଚୁକ୍ତି ହୋଇଥିଲା । କିନ୍ତୁ ବିଗତ ବର୍ଷଗୁଡ଼ିକରେ ପାକିସ୍ତାନ ଚୁକ୍ତି ଉଲଂଘନ କରି ଆସୁଛି। ଭାରତ ମଧ୍ୟ ଏହାର ଜବାବ ରଖୁଛି ଗୁଳିରେ । ଗତ କିଛି ମାସ ହେଲା ବାରମ୍ବାର ଅସ୍ତ୍ରବିରତି ଉଲଂଘନ ହେଉଛି। ଉଭୟ ପକ୍ଷର ସେନା ମୃତାହତ ହେଉଥିବା ବେଳେ ଏଲଓସି ନିକଟରେ ବସବାସ କରୁଥିବା ଲୋକେ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହେଉଛନ୍ତି । ଅନେକ ସମୟରେ ମୃତାହତ ହେଉଥିବା ବେଳେ ଭୟରେ ଜୀବନ କାଟୁଛନ୍ତି । ଅନ୍ୟପଟେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଅସ୍ତ୍ରବିରତି ଉଲଂଘନ କରି ପାକିସ୍ତାନ ସହାୟତା କରୁଥିବାରୁ ଭାରତ ସତର୍କତା ଅବଲମ୍ବନ କରିବ। ସୀମାରେ ସୈନ୍ୟ ମୁତୟନ ହ୍ରାସ କରିବନି ଭାରତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.