ଅଙ୍କିତା ଭଣ୍ଡାରୀ ହତ୍ୟା ମାମଲା : ତଦନ୍ତ ଉପରେ ସନ୍ଦେହ, ଅନ୍ତିମ ସଂସ୍କାର କରିବାକୁ ମନା କଲେ ପରିବାର

ନୂଆଦିଲ୍ଲୀ : ସାମ୍ନାକୁ ଆସିଲା ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ପ୍ରାଥମିକ ପୋର୍ଷ୍ଟମର୍ଟମ ରିପୋର୍ଟ । ପାଣିରେ ବୁଡି ଅଙ୍କିତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ତାଙ୍କ ଶରୀରରେ ମାଡ଼ ଯୋଗୁ କ୍ଷତ ଚିହ୍ନ ରହିଥିବା ରିପୋର୍ଟରେ ଜଣାପଡିଛି । ତେବେ ଫାଇନାଲ ରିପୋର୍ଟ ଏଯାଏ ଆସିନି । ତେବେ ହତ୍ୟା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । ନ୍ୟାୟ ଦାବିରେ କେଦାରନାଥ-ଶ୍ରୀନଗର ରାସ୍ତା ଜାମ୍‌ କରିଛନ୍ତି ଉତ୍ତ୍ୟକ୍ତ ଲୋକ । ତରବରିଆ ଭାବେ ଅଭିଯୁକ୍ତ ପୁଲକିତଙ୍କ ରିସର୍ଟ ଉପରେ ବୁଲଡୋଜର ଚାଲିବା ଉପରେ ପ୍ରଶ୍ନ ଉଠିଛି । ପ୍ରମାଣ ନଷ୍ଟ କରିବାକୁ ରିସର୍ଟକୁ ଭାଙ୍ଗି ଦିଆଯାଇଥିବା ଚର୍ଚ୍ଚା ହେଉଛି ।

ଘଟଣାରେ ପୋଲିସ୍‌ ଅଙ୍କିତା କାମ କରୁଥିବା ରିସର୍ଟର ମାଲିକ ତଥା ବହିଷ୍କୃତ ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କୁ ଗିରଫ କରିଛି । ଏହା ସହ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍‌ । ପୁରା ଘଟଣାର ତଦନ୍ତ କରୁଛି ଏସ୍‌ଆଇଟି । ହେଲେ ଅଭିଯୁକ୍ତଙ୍କୁ ଫାଶୀ ଦାବି କରିଛନ୍ତି ମୃତ ଅଙ୍କିତାଙ୍କ ବାପା । ଏହା ସହ ଫାଷ୍ଟଟ୍ରାକ୍‌ କୋର୍ଟରେ ମାମଲାର ଶୁଣାଣି କରିବାକୁ ଦାବି କରିଛନ୍ତି । ସେପଟେ ଅଙ୍କିତାଙ୍କ ଅନ୍ତିମ ସଂସ୍କାର ପାଇଁ ରାଜି ହୋଇଛନ୍ତି ପରିବାର ଲୋକ । ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ସହ ଝିଅର ଅନ୍ତିମ ସଂସ୍କାର କରିବାକୁ ମନା କରିଦେଇଥିଲେ ।

ପୁଲକିତଙ୍କ ରିସର୍ଟରେ ରିସେପ୍ସନିଷ୍ଟ ଭାବେ କାମ କରୁଥିଲେ ୧୯ ବର୍ଷୀୟ ଅଙ୍କିତା । ହେଲେ ପୁଲକିତ ତାଙ୍କୁ ଦେହ ବ୍ୟବସାୟରେ ସାମିଲ ହେବାକୁ ବାରମ୍ବାର କହୁଥିଲେ । ଅତିଥିଙ୍କୁ ‘ସ୍ପେଶାଲ ସୁବିଧା’ ଯୋଗାଇ ଦେଲେ ୧୦ ହଜାର ଟଙ୍କା ଲେଖାଏ ମିଳିବ ବୋଲି ଅଙ୍କିତାଙ୍କୁ କହିଥିଲେ । ଏଥିରେ ଅଙ୍କିତା ରାଜି ନ ହେବାରୁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୁଲକିତ ଦେଇଉଥିବା ନିର୍ଯାତନା ବିଷୟରେ ଅଙ୍କିତା ତାଙ୍କ ସାଙ୍ଗକୁ ହ୍ଵାଟ୍‌ସଆପ୍‌ରେ ମେସେଜ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.