ଇଡି ହେପାଜତରେ ଭୋ ଭୋ ହୋଇ କାନ୍ଦିଲେ ଅର୍ପିତା ମୁଖାର୍ଜୀ, ହସ୍ପିଟାଲ ନିଆଯିବା ବେଳେ ହୋଇଗଲେ ବେହୋସ୍‌

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ତଦନ୍ତର ସାମ୍ନା କରୁଛନ୍ତି ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ। ବର୍ତ୍ତମାନ ଖବର ଆସିଛି କି, ଇଡି ହେପାଜତରେ ଅର୍ପିତା ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। କୁହାଯାଉଛି ଯେ ଅର୍ପିତାଙ୍କୁ ଯେତେବେଳେ ଚେକ୍‌ଅପ୍‌ ପାଇଁ ନିଆଯାଉଥିଲା, ତ ସେହି ସମୟରେ ସେ ଭୋ ଭୋ ହୋଇ କାନ୍ଦିଥିଲେ। ଯେମିତି ତାଙ୍କ ଗାଡ଼ି ହସ୍ପିଟାଲରେ ପହଞ୍ଚିଥିଲା, ସେଠି ସେ ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଯାହାଫଳରେ ତାଙ୍କୁ ହ୍ଵିଇଲ୍‌ ଚେୟାରରେ ଆଣିବାକୁ ପଡ଼ିଥିଲା।

ସୂଚନା ମୁତାବକ, ଇଡି ଯାଞ୍ଚରେ ଏ ପର୍ଯ୍ୟନ୍ତ ୫୦ କୋଟି ଟଙ୍କା ଜବତ ହୋଇ ସାରିଛି। ଅର୍ପିତା ମୁଖାର୍ଜୀଙ୍କ ଗିରଫ ପରେ ତାଙ୍କ ଡାଇମଣ୍ଡ ସିଟି ଘରୁ ୪ ଦାମୀ କାର୍‌ କେଉଁଆଡ଼େ ଗାଏବ ହୋଇଯାଇଛି। ଚୋରି କାର୍‌ ଭିତରେ ରହିଛି Audi A4, Honda City, Honda CRV ଏବଂ Mercedes Benz।

ଅର୍ପିତାଙ୍କର ଚୋରି ଗାଡ଼ିଗୁଡ଼ିକୁ ଖୋଜିବାରେ ଇଡି ଅଧିକାରୀମାନେ ଲାଗି ପଡ଼ିଛନ୍ତି। ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତାଙ୍କ ଘରୁ ଜବତ କାଗଜପତ୍ର ଅଧାରରେ ଇଡି ଉଭୟଙ୍କର ଅଲଗା ଅଲଗା ବୟାନ ରେକର୍ଡ କରୁଛି। ଏ ସମସ୍ତ କାଗଜପତ୍ର ଆଧାରରେ ଇଡି ଏବେ ପାର୍ଥଙ୍କଠୁ ସ୍ପଷ୍ଟୀକରଣ ମାଗୁଛି।

ପଇସା ବ୍ୟତୀତ ଅନ୍ୟାନ୍ୟ ପ୍ରମାଣକୁ ନଜରରେ ରଖି ପାର୍ଥଙ୍କୁ ପଚରାଉଚରା ଜାରି ରହିଛି। ଉଭୟଙ୍କର ଅଲଗା ଅଲଗା ବୟାନକୁ ଏକାଠି କରାଯାଇ ତଦନ୍ତ କରାଯିବ। ଯଦି ବୟାନ ଭିନ୍ନ ବାହାରେ, ତା’ ହେଲେ ଦୁଇଜଣଙ୍କୁ ସାମ୍ନାସାମ୍ନି ବସାଯାଇ ପଚରାଉଚରା କରାଯିବ।

Leave A Reply

Your email address will not be published.