ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ବାଧ୍ୟ ଉପରାଜ୍ୟପାଳ : ରାୟ ଦେଇଛନ୍ତି ସୁପ୍ରିମକୋର୍ଟ

Arvind Kejriwalନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ କେଜରିୱାଲ ସରକାରଙ୍କୁ ଆଶ୍ୱସ୍ତି ମିଳିଛି। ଦିଲ୍ଲୀ ସରକାରଙ୍କ ପରାମର୍ଶ ମାନିବାକୁ ବାଧ୍ୟ ଉପରାଜ୍ୟପାଳ। ତାଙ୍କ ପାଖରେ ସ୍ୱତନ୍ତ୍ର ଅଧିକାର ନାହିଁ ବୋଲି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କ୍ୟାବିନେଟ୍ ନିଷ୍ପତ୍ତିକୁ ଲେଫ୍ଟେନାଣ୍ଟ ଗଭର୍ଣ୍ଣର ମାନିବେ । ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆମ୍ ଆଦମୀ ପାର୍ଟି ସରକାର ପକ୍ଷରୁ ହୋଇଥିବା ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର କହିଛନ୍ତି, ଦିଲ୍ଲୀ ସରକାରଙ୍କ ସହ ମିଶି କାମ କରିବେ ଉପରାଜ୍ୟପାଳ । ସମ୍ବିଧାନକୁ ମାନିବା ସମସ୍ତଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ । ସେହିପରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୌହାଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିବା ଆବଶ୍ୟକ । ଜମିଜମା, ପ୍ରାଶାସନିକ ବ୍ୟବସ୍ଥା ଓ ପୋଲିସକୁ ଛାଡ଼ି ଅନ୍ୟ ସମସ୍ତ ମାମଲାରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇପାରିବେ ।

kejriwal

ଦିଲ୍ଲୀରେ ଉପରାଜ୍ୟପାଳଙ୍କର ନାହିଁ ସ୍ୱତନ୍ତ୍ର ଅଧିକାର ବା ସ୍ୱାଧୀନ କ୍ଷମତା । ସ୍ୱତନ୍ତ୍ର ଭାବରେ ସେ କୌଣସି ନିଷ୍ପତ୍ତି ନେଇ ପାରିବେନାହିଁ । ରାଜ୍ୟ ସରକାର ଓ କ୍ୟାବିନେଟ୍‌ର ପରାମର୍ଶକୁ ମାନିବାକୁ ବାଧ୍ୟ ଲେଫ୍ଟନାଣ୍ଟ ଗଭର୍ଣ୍ଣର । ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା ଲଢ଼େଇ ଉପରେ ସୁପ୍ରିମ୍‌କୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ଉପରାଜ୍ୟପାଳ ମନେ ରଖିବା ଉଚିତ ଯେ, ନିର୍ବାଚିତ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ । ତେଣୁ ସରକାର ନେଉଥିବା ନିଷ୍ପତ୍ତି ଅନୁସାରେ ଓ ସରକାରଙ୍କ ସହ ମିଶି ଲେଫ୍ଟନାଣ୍ଟ ଗଭର୍ଣ୍ଣର କାମ କରିବେ । କେବଳ ପୋଲିସ, ଜମିଜମା ଓ ପବ୍ଲିକ ଅର୍ଡର ବିଷୟକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ନିଷ୍ପତ୍ତି ଦିଲ୍ଲୀ ସରକାର ନେଇ ପାରିବେ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି । ପୋଲିସ, ଜମିଜମା ଓ ପବ୍ଲିକ ଅର୍ଡର ବିଷୟରେ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ ।

ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ଆସିବା ପରଠାରୁ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରର ପ୍ରତିନିଧିତ୍ୱ କରୁଥିବା ଉପରାଜ୍ୟପାଳଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ଲାଗି ରହିଥିଲା । କେନ୍ଦ୍ର ସରକାର ଦିଲ୍ଲୀର ନିର୍ବାଚିତ ସରକାରଙ୍କ ଅଧିକାର କ୍ଷୁଣ୍ଣ କରୁଛନ୍ତି । ଏ ଅଭିଯୋଗରେ ଗତବର୍ଷ କେଜରିୱାଲଙ୍କ ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ। ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ, ପ୍ରଶାସନକି କ୍ଷେତ୍ରରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସର୍ବେସର୍ବା । ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଆପ୍ ସରକାର । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତରେ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ଡିସେମ୍ବର ମାସରେ, ମାସେ ଧରି ଏହାର ଶୁଣାଣି କରିଥିଲେ । ଆଜି ଏହାର ରାୟ ପ୍ରକାଶ ପାଇଛି ।

Leave A Reply

Your email address will not be published.