୭୦ ବର୍ଷର ପ୍ରତିକ୍ଷାର ଅନ୍ତ: ସ୍ବତନ୍ତ୍ର ବିମାନ ଯୋଗେ ଭାରତରେ ପହଞ୍ଚିଲେ ୮ ଚିତା

୭୦ ବର୍ଷର ପ୍ରତିକ୍ଷାର ଅନ୍ତ । ଭାରତରେ ପହଞ୍ଚିଲେ ୮ ଚିତା । ନାମିବିଆରୁ ବିମାନ ଯୋଗେ ଆସି ଗ୍ଵାଲିୟରରେ ପହଞ୍ଚିଲେ ୮ ଚିତା । ସ୍ୱତନ୍ତ୍ର ବିମାନରେ ୫ଟି ମାଇ ଓ ତିନିଟି ଅଣ୍ଡିରା ଚିତା ଆସିଛନ୍ତି । ଦୁଇଟି ଅଣ୍ଡିରା ବାଘର ବୟସ ସାଢ଼େ ୫ ବର୍ଷ ଥିବା ବେଳେ ଆଉ ଜଣଙ୍କ ବୟସ ସଢେ ୪ ବର୍ଷ । ମାଇ ଚିତାଙ୍କ ମଧ୍ୟରୁ ୨ଟିର ବୟସ ୫ ବର୍ଷ, ଆଉ ଦୁଇଟିର ବୟସ ଅଢେଇରୁ ୪ ବର୍ଷ ଏବଂ ସବୁଠୁ କନିଷ୍ଠ ଚିତାର ବୟସ ଦୁଇ ବର୍ଷ । ଏମାନେ ଏହି ସ୍ୱତନ୍ତ୍ର ବିମାନରେ ଭାରତ ଆସିଛନ୍ତି।

ଚିତାଙ୍କୁ ମାସେ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯିବ । ଏହା ପରେ ସେମାନଙ୍କୁ ୬ ବର୍ଗ କିଲୋମିଟର ଅଂଚଳର ବଡ଼ ଏନ୍‌କ୍ଲୋଜରରେ ରଖାଯିବ । ଯେଉଁଠି ଚିତାମାନେ ନିଜେ ଶିକାର କରି ଖାଇବେ । ଚିତାଙ୍କ ଲାଗି ଏନ୍‌କ୍ଲୋଜର ଭିତରେ ହରିଣ ରଖାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ, ୮ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ପ୍ରୋଜେକ୍ଟ ଚିତାର ଶୁଭାରମ୍ଭ ହେବ । ଚିତାଙ୍କୁ ଏନ୍‌କ୍ଲୋଜର ଭିତରେ ଛଡା ଯିବା ସମୟରେ ନିଜେ ନରେନ୍ଦ୍ର ମୋଦି କୁନୋ ଜାତୀୟ ଉଦ୍ୟାନରେ ଉପସ୍ଥିତ ରହିବେ । ପ୍ରୋଜେକ୍ଟ ଚିତାରେ ଆଗାମୀ ୫ ବର୍ଷରେ ଦେଶର ବିଭିନ୍ନ ଜାତୀୟ ଉଦ୍ୟାନରେ ୫୦ ଚିତା ରଖିବାକୁ ଯୋଜନା ହୋଇଛି । ନାମିବିଆରୁ ୮ ଚିତା ଆସିବା ପରେ, ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକାରୁ ୧୨ ଚିତା ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.