ଆସାମରେ ବନ୍ୟା ସ୍ଥିତି ଗମ୍ଭୀର: ଚଳିତବର୍ଷ ୧୧୭ ଟପିଲା ମୃତକଙ୍କ ସଂଖ୍ୟା, ଏବେ ବି ଉଦ୍ଧାର କାର୍ଯ୍ୟ ଜାରି

ଦେଶର ପୂର୍ବୋତ୍ତର ରାଜ୍ୟ ଆସାମର ଅନେକ ଜିଲ୍ଲାରେ ନଦୀର ଜଳ ସ୍ତର ବିପଦ ସଙ୍କେତ ଉପରେ ଚାଲିଛି। ଫଳରେ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଛି। ଆସାମରେ ବନ୍ୟା ଯୋଗୁ ଶୁକ୍ରବାର ଦିନ ୪୫.୩୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ବନ୍ୟା କାରଣରୁ ୧୦ ଜଣଙ୍କ ଜୀବନ ଯାଇଛି। ଏହା ପରଠାରୁ ଏବେ ଚଳିତବର୍ଷ ଆସାମରେ ବନ୍ୟା ଓ ଭୂସ୍ଖଳନରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୧୭ରେ ପହଞ୍ଚିଛି।

କୁହାଯାଉଛି ଯେ ଆସାମରେ ଆସିଥିବା ବନ୍ୟା ଓ ଭୂସ୍ଖଳନ ଯୋଗୁ ଏବେ ଯାଏଁ ମୋଟ୍‌ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୦୦ ଜଣଙ୍କର ବନ୍ୟା ଯୋଗୁ ଓ ୧୭ ଜଣଙ୍କର ଭୂସ୍ଖଳନ ଯୋଗୁ ମୃତ୍ୟୁ ଘଟିଛି। ଏକ ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଆସାମର ୨୮ ଜିଲ୍ଲାର ୨୫୧୦ ଗାଁରେ ମୋଟ୍‌ ୩୩,୦୩,୩୧୬ ଜଣ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହୋଇଛନ୍ତି। ସେହିପରି ବନ୍ୟା ଯୋଗୁ ୯୧୬୫୮.୪୯ ହେକ୍ଟର ଫସଲ ନଷ୍ଟ ହୋଇଛି।

ଉଦ୍ଧାର କାର୍ଯ୍ୟ ଜାରି:

ବର୍ତ୍ତମାନ ରାଜ୍ୟରେ ଉଦ୍ଧାର କାର୍ଯ୍ୟ ପାଇଁ ସେନା ସହ ପୋଲିସ ବଳ, ଏନ୍‌ଡିଆରଏଫ୍‌, ଏସ୍‌ଡିଆରଏଫ୍‌, ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଯବାନଙ୍କ ସମେତ ଭଲ୍ୟୁଣ୍ଟିୟର ମାନେ ଲାଗି ପଡ଼ିଛନ୍ତି।

ଖୋଲା ଯାଇଛି ୭୧୭ ରିଲିଫ୍‌ କ୍ୟାମ୍ପ ଓ ୪୦୯ ରିଲିଫ୍‌ ବଣ୍ଟନ କେନ୍ଦ୍ର:

ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସାମ ବନ୍ୟା ଯୋଗୁ ପ୍ରଭାବିତ ଅଞ୍ଚଳରେ ମୋଟ୍‌ ୭୧୭ଟି ରିଲିଫ୍‌ ଶିବିର (କ୍ୟାମ୍ପ) ଓ ୪୦୯ ରିଲିଫ୍‌ ବଣ୍ଟନ କେନ୍ଦ୍ର ଖୋଲାଯାଇଛି। ଏହି ଶିବିରରେ ୨ ଲକ୍ଷ ୬୫ ହଜାରରୁ ଅଧିକ ବନ୍ୟା ପ୍ରପୀଡ଼ିତ ରହୁଛନ୍ତି।

Also Read: ଆଶ୍ଚର୍ଯ୍ୟ! ସ୍ତ୍ରୀକୁ କାମୁଡ଼ିବାରୁ ବୋତଲରେ ସାପକୁ ଧରି ହସ୍ପିଟାଲରେ ପହଞ୍ଚିଗଲେ ଯୁବକ, ନିଃଶ୍ୱାସ ନେବାକୁ କରିଥିଲେ କଣା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.