ପୃଥିବୀର ନିକଟତର ହେଉଛି ତାଜମହଲ ଠାରୁ ଦୁଇଗୁଣ ବଡ଼ ଆଷ୍ଟ୍ରଏଡ୍‌, ପିଟିହେଲେ ହୋଇପାରେ ପୃଥିବୀର ବଡ଼ କ୍ଷତି

ବୈଜ୍ଞାନିକମାନେ ଚୋତବନୀ ଦେଇଛନ୍ତି ଯେ ଆଜି ଏହି ଆଷ୍ଟ୍ରଏଡଟି ପୃଥିବୀ ସହ ଧକ୍କା ହୋଇପାରେ । ତେବେ ଏହା ଜଣାପଡିନାହିଁ ଯେ କେଉଁ ଜାଗାରେ ଧକ୍କା ହେବ । ତେବେ ଏହା ପୃଥିବୀର ବାତାବରଣ ଭିତରକୁ ପ୍ରବେଶ କରିବା ସମ୍ଭାବନା କମ ରହିଛି ।

ଆଜି ପୃଥିବୀ ଆଡକୁ ଅଗ୍ରସର ହେଉଛି ଏକ ବଡ଼ ଆଷ୍ଟ୍ରଏଡ୍‌ । ଯାହାର ଆକାର ତାଜମହଲ ଠାରୁ ପ୍ରାୟ ଦୁଇଗୁଣ ହେବ । ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ବିଶାଳକାୟ ଆଷ୍ଟ୍ରଏଡ୍‌ଟି ପୃଥିବୀ ସହ ଧକ୍କା ହୁଏ ତାହା ପୃଥିବୀର ବହୁତ କ୍ଷତି କରିବ । କିଛି ବୈଜ୍ଞାନିକମାନେ କହିଛନ୍ତି କି ଏହା ପୃଥିବୀର ବାତାବରଣ ଭିତରକୁ ପ୍ରବେଶ କରି ନପାରେ । ତଥାପି ଏଥିପ୍ରତି ଆଲର୍ଟ ରହିବାକୁ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

ଏହାର ନାମ ୨୦୦୮RW 

ଏହି କ୍ଷୁଦ୍ର ଗ୍ରହର ନାମ ୨୦୦୮ RW । ଏହି ବିଶାଳକାୟ ଗ୍ରହର ଚଟାଣ ୩ କିମ୍ବା ୪ ବର୍ଷରେ ଥରେ ପୃଥିବୀର ନିକଟତର ହୋଇଥାଏ । ତେବେ ପ୍ରଥମ ଥର ପାଇଁ ଏହା ପୃଥିବୀର ଅତି ନିକଟତର ହେବାକୁ ଯାଉଥିବାରୁ ପୃଥିବୀ ସହ ଏହା ଧକ୍କା ହେବାର ସମ୍ଭାବନା ଅଧିକ ରହିଛି । ଏହା ୧୩ ସେପ୍ଟେମ୍ବର ଅର୍ଥାତ ଆଜି ୧ଟା ୫୦ ବେଳେ ଆମ ପୃଥିବୀ କକ୍ଷରେ ପ୍ରବେଶ କରିପାରେ । ଏହା ପ୍ରତି ସେକେଣ୍ଡରେ ୧୦ କିଲୋମିଟର ବେଗରେ ପୃଥିବୀ ଆଡକୁ ଅଗ୍ରସର ହେଉଛି ।

ନାସା ପକ୍ଷରୁ ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖାଯାଇଛି

ଏହା ପୃଥିବୀର ପ୍ରାୟ ୬.୭ କିଲୋମିଟର ଦୂରରେ ରହିଛି । ଏହା ପୃଥିବୀର ଗୁରୁତ୍ୱ ଆକର୍ଷଣ ଦ୍ୱାରା ଆକର୍ଷିତ ହୋଇ ପୃଥିବୀର ନିକଟତର ହେଉଛି । ଏହା ଏଯାଏ ସ୍ପଷ୍ଟ ହୋଇନାହିଁ ଯେ ଏହା ପୃଥିବୀ ସହ କେଉଁ ସ୍ଥାନରେ ଧକ୍କା ହେବ । ଏହା ପୃଥିବୀର ଏତେ ନିକଟତର ହେବାକୁ ଯାଉଥିବାରୁ ନାସା ଏହା ଉପରେ ଦୃଷ୍ଟି ରଖିଛି । ଏହି କ୍ଷୁଦ୍ର ଗ୍ରହ ୨୦୦୮RW ୨ ସେପ୍ଟେମ୍ବର ରେ ଠାବ କରାଯାଇଥିଲା । ସୂର୍ଯ୍ୟଙ୍କ ୪ ପାଖରେ ଥରେ ପରିକ୍ରମା କରିବାକୁ ଏହାକୁ ୧୦୨୩ ଦିନ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.