ଆୟୁଷ୍ମାନ ଭାରତ ଯୋଜନାରେ ଆବେଦନ କରିବା ପୂର୍ବରୁ ଜାଣନ୍ତୁ ଏସବୁ, ନଚେତ୍ ବାତିଲ ହୋଇଯିବ ଆବେଦନ

ଦେଶର ଗରିବ ଏବଂ ପଛୁଆ ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି। ପୁଣି ଏହି ଯୋଜନାରୁ ବଞ୍ଚିତ ନ ହେବା ପାଇଁ ମଧ୍ୟ ଅନେକ ଲୋକ ପ୍ରୟାସ କରୁଛନ୍ତି। ତେବେ ଏହି ଯୋଜନା ମଧ୍ୟରେ ରହିଛି ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା। ଆଜି ବି ଦେଶରେ ଏଭଳି ଲୋକଙ୍କ ସଂଖ୍ୟା ବହୁତ ଅଧିକ, ଯେଉଁମାନେ ଦାରିଦ୍ର୍ୟ ହେତୁ ଡାକ୍ତରଖାନାରେ ମହଙ୍ଗା ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅସମର୍ଥ। ଏପରି ପରିସ୍ଥିତିରେ, ଯେତେବେଳେ ବି ସେମାନେ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି
ସେହି ସମୟ ମଧ୍ୟରେ, ଆର୍ଥିକ ପ୍ରତିବନ୍ଧକ ହେତୁ ସେମାନେ କିଛି କରି ପାରନ୍ତି ନାହିଁ।

ଦେଶର ଲୋକଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ସରକାର ୨୦୧୮ ମସିହାରେ ପ୍ରଧାନ ମନ୍ତ୍ରୀ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଥିଲେ। ଆୟୁଷ୍ମାନ ଭାରତ ଯୋଜନା ଜନ ଆରୋଗ୍ୟ ଯୋଜନା ଭାବରେ ମଧ୍ୟ ଜଣାଶୁଣା। ଏହି ଯୋଜନାର ଫାଇଦା ଉଠାଇ ଆପଣ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନାଗୁଡ଼ିକରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ଏହି ପର୍ଯ୍ୟାୟରେ, ଆଜି ଆମେ ଆପଣଙ୍କୁ କିଛି ବିଶେଷ ଜିନିଷ ବିଷୟରେ କହିବାକୁ ଯାଉଛୁ। ଯଦି ଆପଣ ଏହି ଜିନିଷଗୁଡ଼ିକୁ ଭଲ ଭାବେ ଜାଣି ନାହାନ୍ତି ତେବେ ହୁଏତ ଆପଣ ଅନେକ ଅସୁବିଧାର ସାମ୍ନା କରିପାରନ୍ତି।

ayushman yojona
picture credit – amarujala

ଏମିତିକି ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଆପଣଙ୍କର ଆବେଦନ ବାତିଲ ହେବାର ସମ୍ଭାବନା ଅଛି। ଯଦି ଆପଣ ଆୟୁଷ୍ମାନ ଭାରତ ଯୋଜନାରେ ଆବେଦନ କରିବାକୁ ଯାଉଛନ୍ତି। ଏହା ବିଷୟରେ ଆପଣଙ୍କ ଯୋଗ୍ୟତା ବିଷୟରେ ଜାଣିବା ଉଚିତ। ଆୟୁଷ୍ମାନ ଭାରତ ଯୋଜନାରେ ସମସ୍ତେ ଆବେଦନ କରି ପାରିବେନି। ତେବେ ଆସନ୍ତୁ ଜାଣିବା କିଏ ଏହି ଯୋଜନାରେ ସାମିଲ ହୋଇ ପାରିବେ।

– ଯଦି ଆପଣଙ୍କର ଘର ଅବସ୍ଥା ନାହିଁ।
– ପରିବାରରେ ଯଦି କୌଣସି ଦିବ୍ୟଙ୍ଗ ସଦସ୍ୟ ଅଛନ୍ତି।

– ଭୂମିହୀନ ବ୍ୟକ୍ତି।

– ଆବେଦନକାରୀ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜନଜାତିର ହୋଇଥିବେ।

– ଦୈନିକ ମଜୁରୀ ପାଉଥିବା କର୍ମଚାରୀ।

– ଗ୍ରାମାଞ୍ଚଳରେ ବାସ କରୁଥିବା ବ୍ୟକ୍ତି।

– ଆଦିବାସୀ ଇତ୍ୟାଦି ଲୋକମାନେ ଏହି ଯୋଜନାରେ ଆବେଦନ କରିପାରିବେ।

ଭାରତ ସରକାରଙ୍କ ଏହି ଯୋଜନା ପାଇଁ ଆବେଦନ କରିବାବେଳେ ଆପଣଙ୍କର ସମସ୍ତ ଆବଶ୍ୟକୀୟ ଦଲିଲ ଥିବା ଆବଶ୍ୟକ। ଏହି ଯୋଜନାରେ ଯଦି ଆପଣଙ୍କର ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ନାହିଁ ଆପଣ ଅସୁବିଧାର ସମ୍ମୁଖିନ ହୋଇ ପାରନ୍ତି। ଏପରି ପରିସ୍ଥିତିରେ, ଆପଣଙ୍କର ଆବେଦନ ଯାଞ୍ଚ ସମୟରେ ବାତିଲ ହୋଇପାରିବ।

ଏଥି ସହିତ ରେଜିଷ୍ଟ୍ରେସନ୍ କରିବା ସମୟରେ ଦରକାର୍ ଥିବା ସବୁ ଡାଟା ବା ଡକ୍ୟୁମେଣ୍ଟ ଧ୍ୟାନର ସହ ଦେବାକୁ ପଡ଼ିବ। ଆବେଦନ ସମୟରେ କୌଣସି ଭୁଲ ନହେବା ଉଚିତ୍। ଏହି ଯୋଜନା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ପ୍ରିମିୟମ ମାଧ୍ୟମରେ ଗୋଟିଏ ପରିବାର ପ୍ରତି ବାର୍ଷିକ ୫ ଲକ୍ଷ ଟଙ୍କା ବୀମା କଭର ପ୍ରଦାନ କରିଥାଏ। ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଗରିବ ଲୋକଙ୍କୁ କ୍ୟାସ୍ଲେସ ମାଧ୍ୟମିକ ଏବଂ ତୃତୀୟ ସ୍ୱାସ୍ଥ୍ୟସେବାରେ ଉପକୃତ କରିବାକୁ ସକ୍ଷମ କରେ।

ଏହି ଯୋଜନା ଭାରତର ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ୫୦ କୋଟି ହିତାଧିକାରୀଙ୍କୁ ଉପକୃତ କରିବାକୁ ଲକ୍ଷ୍ୟ ରଖିଛି। ହିତାଧିକାରୀମାନଙ୍କୁ କୌଣସି ସେବା ପାଇଁ ଅର୍ଥ ଦେବାକୁ ପଡିବ ନାହିଁ କାରଣ ଡାକ୍ତରଖାନାର ପୂର୍ବ ଏବଂ ପରବର୍ତ୍ତୀ ଖର୍ଚ୍ଚ ବହନ କରିଥାଏ ଏହି ଯୋଜନା। ତେବେ ଆସନ୍ତୁ ଜାଣିବା ଆୟୁଷ୍ମାନ ଭାରତ ଯୋଜନା କିମ୍ବା ପ୍ରଧାନ ମନ୍ତ୍ର ଜନ ଆରୋଗ୍ୟ ଯୋଜନା (PMJAY) ପାଇଁ ଆବେଦନ କରିବା ସମୟରେ ଦାଖଲ କରିବାକୁ ଥିବା ଡାଟା ବିଷୟରେ।

– ଆପଣଙ୍କୁ ନିଜର ବୟସ ଏବଂ ପରିଚୟ ପ୍ରମାଣ ଦାଖଲ କରିବାକୁ ପଡିବ ଯେଉଁଥିରେ ଆପଣଙ୍କର ଆଧାର କାର୍ଡ କିମ୍ବା ପାନ୍ କାର୍ଡ ଅନ୍ତର୍ଭୁକ୍ତ।

– ଆପଣଙ୍କୁ ନିଜର ଆୟ ପ୍ରମାଣପତ୍ର ମଧ୍ୟ ଦାଖଲ କରିବାକୁ ପଡିବ।

– ଆପଣଙ୍କୁ ନିଜର ଯୋଗାଯୋଗ ବା କଣ୍ଟାକ୍ଟ ବିବରଣୀ ଦେବାକୁ ପଡିବ ଯେଉଁଥିରେ ମୋବାଇଲ୍ ନମ୍ବର, ଆବାସିକ ଠିକଣା ଏବଂ ଇମେଲ୍ ଠିକଣା ରହିଥିବ।

– ଆପଣଙ୍କର ଜାତି ପ୍ରମାଣପତ୍ର ମଧ୍ୟ ବାଧ୍ୟତାମୂଳକ ଅଟେ।

– କରେଣ୍ଟ ଫାମିଲି ଷ୍ଟାଟସ୍ ଦର୍ଶାଇଥିବା ଡକ୍ୟୁମେଣ୍ଟଗୁଡିକ ମଧ୍ୟ ଆବଶ୍ୟକ।

ଆପଣ ଏହି ସବୁ କ୍ୟାଟେଗୋରୀ ଫିଲଅପ କରିବା ପରେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.