ଆର୍ଥିକ ସମସ୍ୟା ସୁଧାରିବା ପାଇଁ ନିଆରା ପଦକ୍ଷେପ, ଏହି କଲେଜରେ ଛାତ୍ରଛାତ୍ରୀମାନେ ଫି ବଦଳରେ ଦେଉଛନ୍ତି ନଡ଼ିଆ

କରୋନା ମହାମାରୀ ପାଇଁ ଅନେକ ଛାତ୍ର-ଛାତ୍ରୀ ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ବେଳେ ଟ୍ୟୁସନ୍‌ ଫିସ୍‌ ଜମା କରିବା ପାଇଁ ମଧ୍ୟ ସଂଘର୍ଷ କରୁଛନ୍ତି। ଏଭଳି ପରିସ୍ଥିତିିକୁ ଲକ୍ଷ୍ୟ କରି ବାଲିରେ ଅବସ୍ଥିତ ଏକ ଆତିଥ୍ୟ କଲେଜରେ ଛାତ୍ରମାନଙ୍କୁ ନଡ଼ିଆ ଏବଂ ପ୍ରାକୃତିକ ଜିନିଷ ଦେଇ ନିଜର ଫିସ୍‌ ଜମା କରିବା ପାଇଁ ଅନୁମତି ଦିଆଯାଇଛି। ସୂଚନା ମୁତାବକ ଓ୍ଵିନସ ଓ୍ଵନ ଟୁରିଜ୍ମ ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ପ୍ରାକୃତିକ କଞ୍ଚାମାଲ ରୂପେ ଫିସ୍‌ ଜମା କରିବା ପାଇଁ ଅନୁମତି ଦେବା ପାଇଁ ସମାଧାନ କରାଯାଇଛି। ଉକ୍ତ ସଂସ୍ଥାନର ଅଧିକାରୀ ଓ୍ଵାୟନ ପାସେକ ଆଦି ପୁଟ୍ରା ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି, ବିଦ୍ୟାଳୟରେ ପ୍ରାକୃତିକ ନଡ଼ିଆ ତେଲ ଅମଳ ପାଇଁ ଏହି ଜିନିଷ ବ୍ୟବହାର କରାଯିବ।

‘‘ପ୍ରଥମେ ଆମେ ଛାତ୍ରଛାତ୍ରୀଙ୍କ ଟ୍ୟୁସନ୍‌ ଫିସ୍‌ ଜମା କରିବା ପାଇଁ ଏକ କିସ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ କିନ୍ତୁ ବର୍ତ୍ତମାନ ଆମେ ଆହୁରି ସମ୍ପ୍ରସାରିତ ହୋଇଯାଇଛୁ। ଚଳିତ ବର୍ଷ କରୋନା ମହାମାରୀ ପାଇଁ ଆମେ ଏହି ଉପାୟ ଆପଣାଇଛୁ। ଆମେ ନଡ଼ିଆ ତେଲ ଉତ୍ପାଦନ କରୁ। ଏହି କାରଣରୁ ଛାତ୍ର-ଛାତ୍ରୀମାନେ ନଡ଼ିଆ ନେଇ ନିଜର ଟ୍ୟୁସନ ଫିସ୍‌ ଜମା କରିପାରିବେ।”

coconutsରିପୋର୍ଟ ଅନୁଯାୟୀ କଲେଜ ମୋରିଙ୍ଗା ପତ୍ର ଏବଂ ଗୋଟୁ କୋଲା ପତ୍ର ଭଳି ଅନ୍ୟ ପ୍ରାକୃତିକ ଦ୍ରବ୍ୟ ଆକାରରେ ଟ୍ୟୁସନ୍‌ ଫିସ୍‌ ଜମା କରିପାରିବେ, ଯାହା ହର୍ବାଲ ସାବୁନ୍‌ ଉତ୍ପାଦନରେ ବ୍ୟବହାର କରାଯାଇଥାଏ। ଛାତ୍ରମାନେ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ବିକାଶ ପାଇଁ ନିଜସ୍ୱ ଉତ୍ପାଦକୁ ପୁନଃ ବିକ୍ରୟ କରିପାରିବେ |

‘‘ଆମ ପରିବେଶରେ ପ୍ରାକୃତିକ ସମ୍ପଦକୁ ଅନୁକୂଳ କରିବାକୁ ସେମାନଙ୍କୁ ଶିକ୍ଷା ଦେବାକୁ ପଡିବ। ଏହିକାରଣରୁ ଯେତେବେଳେ ମହାମାରୀ ଶେଷ ହୋଇଯିବ ସେତେବେଳେ ସେମାନେ ସାଧାରଣ ଶ୍ରମିକଙ୍କ ଅପେକ୍ଷା ଅଧିକ ହୋଇପାରିବେ ବୋଲି ସଂସ୍ଥାନର ଅଧିକାରୀ ପୁଟ୍ରା କହିଛନ୍ତି।

ମହାମାରୀ ସମୟରେ କାର୍ଯ୍ୟକ୍ଷମ ରହିବା ପାଇଁ ସେମାନେ ବିଭିନ୍ନ ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ପ୍ରୋଟୋକଲ ପ୍ରୟୋଗ କରିଛନ୍ତି, ଯେଉଁଥିରେ ପ୍ରତ୍ୟେକ ସିଫ୍ଟରେ ସୀମିତ ସଂଖ୍ରାରେ ଛାତ୍ର ଏବଂ ଦୈନିକ ତାପମାନ ଯାଞ୍ଚ ସାମିଲ ରହିଛି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.