ଭାରତ-ଆମେରିକା ମଧ୍ୟରେ 2+2 ଆଲୋଚନା: ସ୍ୱାକ୍ଷରିତ ହେଲା BCEA ଚୁକ୍ତି, ଚୀନକୁ ମିଳିଲା ଶକ୍ତ ଧମକ

ଭାରତ-ଆମେରିକା ମଧ୍ୟରେ ମନ୍ତ୍ରୀସ୍ତରୀୟ ବୈଠକ ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରତିରକ୍ଷା ସମ୍ବନ୍ଧିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଗୁଡିକ ମଧ୍ୟରୁ BCEA ଚୁକ୍ତି ଅନ୍ୟତମ । ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ଏହି ଚୁକ୍ତି ଦ୍ୱାରା ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ଉପଗ୍ରହ ମାନଙ୍କରୁ ସଠିକ୍‌ ତଥ୍ୟ ମିଳିପାରିବ। ଏହାଦ୍ୱାରା ଟପୋଗ୍ରାଫିକାଲ ଚିତ୍ର ଠିକ୍‌ ସମୟ ଭିତରେ ଭାରତକୁ ମିଳିପାରିବ। ଫଳରେ ଅତ୍ୟାଧୁନିକ ସୈନ୍ୟ ପ୍ରଦ୍ୟୋଗିକ, ଉପଗ୍ରହ ମାନଙ୍କର ଡାଟା ମିଳିବା ସହିତ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ନେଣଦେଣ ନେଇ ଅନୁମତି ମିଳିପାରିବ । ଦୁଇ ଦେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି 2 ପ୍ଲସ 2 ଆଲୋଚନାରେ ଆମେରିକା ରକ୍ଷା ମନ୍ତ୍ରୀ ମାର୍କ

india america

ଆସ୍ପରଙ୍କ ସମେତ ବିଦେଶ ମନ୍ତ୍ରୀ ମାଇକ ପମ୍ପେଓ ଓ ଭାରତର ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାଗ ନେଇଥିଲେ । ଗୋଟେ ପଟରେ ଭାରତ-ଚୀନ ମଧ୍ୟରେ ସୀମାକୁ ନେଇ ବିବାଦ ଚାଲିଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହୋଇଛି । ଏହି ବାର୍ତ୍ତାରେ ଦୁଇ ପକ୍ଷ ଦେଶ ମଧ୍ୟରେ ପ୍ରଥମରୁ ଥିବା ସମ୍ବନ୍ଧକୁ ଆହୁରି ଘନିଷ୍ଠ କରିବା, ଭାରତ- ପ୍ରଶାନ୍ତ କ୍ଷେତ୍ର ମାନଙ୍କରେ ନିଜ ନିଜର ସୁରକ୍ଷା ନେଇ ବିଚାର-ବିମର୍ଷ କରାଯାଇଛି । ଏହା ସହ ଗଳବାନ ଘାଟିରେ ଚିନର ଦୌରାତ୍ମ୍ୟକୁ ନେଇ ମଧ୍ୟ ଅନେକ ଆଲୋଚନା ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.