ଭାରତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବା ଆଶା ଉଜ୍ଜ୍ୱଳ, ସମର୍ଥନ କଲେ ବାଇଡେନ୍

ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ବୃଦ୍ଧି ଉପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବେଶ୍‌ ଜୋର ଦେଇଛନ୍ତି। ଏହି ଦୌଡ଼ରେ ଭାରତ ସବୁଠୁ ଆଗରେ ଥିବାରୁ ଆଗାମୀ ଦିନରେ ଭାରତ ଜାତିସଂଘର ସ୍ଥାୟୀ ହେବା ନେଇ ରହିଥିବା ଆଶା ଖୁବ୍‌ ଶୀଘ୍ର ପୂରଣ ହେବାର ସମ୍ଭାବନା ଦେଖାଯାଇଛି।

ଜୋ ବାଇଡେନ୍‌ କହିଛନ୍ତି, ଜାତି ସଂଘକୁ ଅଧିକ ପ୍ରଭାବୀ କରିବାକୁ ହେଲେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବଢ଼ାଇବାକୁ ହେବ। ଆମେରିକା ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ପରେ ଭାରତର ଆଶା ଅଧିକ ଦୃଢ଼ୀଭୂତ ହୋଇଛି।

ମିଳିତ ଜାତିସଂଘ ମହାସଭାକୁ ସମ୍ବୋଧିତ କରି ଆମେରିକା ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନ୍‌ ସହ ଯୁଦ୍ଧ କରି ରୁଷ ଜାତିସଂଘ ଚାର୍ଟରର ମୂଳ ସିଦ୍ଧାନ୍ତକୁ ଉଲ୍ଲଂଘନ କରିଛି। ଜାତିସଂଘରେ ସମ୍ବୋଧନ କାଳରେ ବାଇଡେନ ରୁଷ ଆକ୍ରମଣର କଡ଼ା ନିନ୍ଦା କରିବା ସହ ପୁଟିନ୍‌ ୟୁରୋପ ଉପରେ ପରମାଣୁ ଆକ୍ରମଣର ନୂଆ ଧମକ ଦେଇଛନ୍ତି ବୋଲି କହିଛନ୍ତି। ଜାତିସଂଘ ଶୀଘ୍ର ଯୁଦ୍ଧ ସମାପ୍ତ ହେଉ ବୋଲି ଚାହେଁ, କିନ୍ତୁ ସମାପ୍ତ ପୂର୍ବରୁ ଉପଯୁକ୍ତ ନ୍ୟାୟ ଆବଶ୍ୟକ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱର ସବୁଦେଶ ୟୁକ୍ରେନକୁ ସମର୍ଥନ କରିବା ଉଚିତ୍‌ ବୋଲି ବାଇଡେନ୍‌ କହିଛନ୍ତି।

ଆଣବିକ ଅସ୍ତ୍ର ବିସ୍ତାର ଚୁକ୍ତି(ଏନ୍‌ପିଟି)ରେ ରୁଷ ସ୍ୱାକ୍ଷର କରିଥିଲେ ବି ଦାୟିତ୍ୱହୀନ ଭାବେ ସେ ସନ୍ଧିର ପ୍ରାବଧାନକୁ ଉଲ୍ଲଂଘନ କରିଛି। ରୁଷ ଆକ୍ରମଣ ବିରୋଧରେ ଏକଜୁଟ ହୋଇ ଛିଡ଼ା ହେବାକୁ ଆହ୍ଵାନ ଦେଇଛନ୍ତି ବାଇଡେନ। ଏହାସହ ପୂର୍ବଭଳି ଆମେରିକା ୟୁକ୍ରେନ ପଛରେ ଛିଡ଼ା ହେବ ବୋଲି ବାଇଡେନ କହିଛନ୍ତି।

Also Read: କଫି ଓ୍ଵିଥ୍‌ କରନ୍‌ରେ ମିସେସ୍ କିଙ୍ଗ ଖାନ୍, ଆର୍ଯ୍ୟନଙ୍କ ଜେଲ ଯିବା ମାମଲାରେ ଖୋଲିଲେ ମୁହଁ

Leave A Reply

Your email address will not be published.