ଖୁବ୍ ଶୀଘ୍ର ବଦଳିପାରେ ଏହି ରାଜ୍ୟର ଭାଗ୍ୟ,ଏଠି ଅଛି ସୁନାର ଭଣ୍ଡାର

ସୁନା, ଗହଣା, ହୀରା , ମୋତି ମାଣିକ ହେଉଛି ବହୁମୂଲ୍ୟ ଧାତୁ । ସେଥିପାଇଁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ । ତେଣୁ  ଯେଉଁଠି ବି ଏପରି ମୂଲ୍ୟବାନ ଧାତୁ ର ଖଣି ଥାଏ । ସେହି ସ୍ଥାନକୁ ସରକାର ନିଜ ଅକ୍ତିଆରରେ ରଖିଥାଆନ୍ତି । ଆମ ଦେଶରେ କିଛି ସ୍ଥାନରେ ଏହି ସବୁ ମୂଲ୍ୟବାନ ପଦାର୍ଥ ମାନଙ୍କର ମଧ୍ୟ ଖଣି ରହିଛି । କର୍ଣ୍ଣାଟକରେ ସୁନା ଖଣି ରହିଥିବା କଥା ଆପଣ ଜାଣିଥିବେ କିନ୍ତୁ ବର୍ତ୍ତମାନ ଏପରି ପ୍ରଦୂଷଣ ବଢିବାରେ ଲାଗିଛି ଯେ ଅନେକ ପ୍ରାକୃତିକ ସମ୍ପଦ ନଷ୍ଟ ହେବାକୁ ଲାଗିଲାଣି । ଯାହା ପାଇଁ ବଜାର ରେ ମଧ୍ୟ ପ୍ରାୟ ସବୁ ଜିନିଷର ଦର ବଢିବାକୁ ଲାଗିଛି । ଯେମିତିକି ଆପଣ ଜାଣିଥିବେ ସୁନା ରେଟ ମଧ୍ୟ ବଢିବାରେ ଲାଗିଛି ।

ଆମ ଦେଶର କର୍ଣ୍ଣାଟକ, ଯେଉଁଠିକି ସୁନା ଖଣି ଅଛି ତାକୁ ଛାଡି ଅନ୍ୟ ଏମିତି ଏକ ରାଜ୍ୟ ଅଛି ଯେଉଁଠି ଏବେ ଦେଖିବାକୁ ମିଳିଛି ସୁନା ଖଣି । ବିହାର କୁ ସମସ୍ତେ ପଛୁଆ ରାଜ୍ୟ କହୁଥିବା ବେଳେ ଏହି ରାଜ୍ୟରେ ହିଁ ଦେଖା ଯାଇଛି ସୁନା ଖଣି । କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ ଯେଉଁଥିରେ ସାଂସଦରେ କୁହାଯାଇଥିଲା କି ବିହାର ହେଉଛି ଭାରତର ସବୁଠାରୁ ପଛୁଆ ରାଜ୍ୟ । ଏଠାରେ ଗରିବ ଓ ଭୋକିଲା ଅଧିକ ମାତ୍ରାରେ ଅଛନ୍ତି । ଏହା ନୀତି ଆୟୋଗର ବର୍ତ୍ତମାନ ରିପୋର୍ଟରୁ ମଧ୍ୟ ଜଣା ପଡିଛି କିନ୍ତୁ ବର୍ତ୍ତମାନ ବିହାର ରାଜ୍ୟର ଲୋକଙ୍କ ପାଇଁ ଏହା ଏକ ଖୁସି ଖବର ଆସିଛି ଯେ ଏହି ରାଜ୍ୟ ଖୁବ ଶୀଘ୍ର ହେବାକୁ ଯାଉଛି ଧନୀ ରାଜ୍ୟ ।

gold-mine
Picture Credit-Wikimedia Commons

ଭାରତର ବିହାର ରେ ମିଳିଛି ଦେଶର ସବୁଠାରୁ ବଡ ସୁନା ଖଣି , ଯାହା ବିଂଶ ଶତାବ୍ଦିର ସବୁଠାରୁ ବଡ ସୁନା ଭଣ୍ଡାର । ଏହି ସୁନା ଖଣିରେ ଏତେ ସୁନା ଅଛି ଯେ ଦେଶର ଅନ୍ୟ କୌଣସି ସ୍ଥାନରେ ନାହିଁ । ଲୋକସଭା ର ଶୀତକାଳୀନ ଅଧିବେଶନରେ ଏହା ବିଷୟରେ ଆଲୋଚନା ହୋଇଛି ଯେ କେବଳ ବିହାର ରେ ମାଟ ଦେଶର ୪୪ ପ୍ରତିଶତ ସୁନା ରହଛି । ଯାହା କି ଏହି ସୁନା ଖଣିରେ ରହିଛି । କେନ୍ଦ୍ରୀୟ ଖଣି ମନ୍ତ୍ରୀ ପ୍ରହଲାଦ ଜୋଶୀ ନିଜେ ହିଁ ଏହି କଥା କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଦେଶରେ ସମ୍ପୂର୍ଣ୍ଣ ୫୦୧.୮୩ ଟନ ର ପ୍ରାଥମିକ ଭଣ୍ଡାର ରହିଛି ,ଯେଉଁଥିରେ ୬୫୪.୭୪ ଟନ ସୁନା ଧାତୁ ଅଛି । ଏଥିରୁ ୪୪ ପ୍ରତିଶତ ସୁନା କେବଳ ବିହାରରେ ହିଁ ରହିଛି । ବିହାର ର ଜମୁଇ ଜିଲ୍ଲା ର ସୁନା କ୍ଷେତ୍ରରେ ୩୭.୬ ଟନ ଧାତୁ ଓର ସହିତ ୨୨୨.୮୮୫ ମିଲିୟନ ଟନ ସୁନା ଧାତୁ ଫୁଲ୍ ଥିବା ଖଣି ମିଳିଛି । ଏହି ଖବର ଶୁଣିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ର ଲହରୀ ଖେଳିଯାଇଛି । କାରଣ ସୁନା ଖଣି ପାଇଁ କେବଳ ବିହାର ନୁହେଁ ଏହି ଖଣିରେ ଯେତେ ସୁନା ଅଛି ସାରା ଭାରତ ବି ମାଲାମାଲ ହୋଇଯିବ।

ଜମୁଇ ଜିଲ୍ଲାର ଏହି ସ୍ୱର୍ଣ୍ଣ କ୍ଷେତ୍ରକୁ ନେଇ ପ୍ରାୟ ଦଶ ବର୍ଷ ପୂର୍ବରୁ ହିଁ ଚର୍ଚ୍ଚା ହୋଇ ଆସୁଛି । ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ପୂର୍ବରୁ ଏହି ମାଟିରେ ସୁନା ଖଣ୍ଡ ମିଳୁଥିଲା । ବହୁ ପୂର୍ବରୁ ହିଁ ଲୋକେ କରମ୍ଟୀୟା ଅଞ୍ଚଳରୁ ମାଟି ନେଇ ସେଇ ମାଟିକୁ ପାଣିରେ ଧୋଇ ସୁନା ଖଣ୍ଡ ବାହାର କରୁଥିଲେ । ତେବେ ବର୍ତ୍ତମାନ ଏହି ସ୍ଥାନରେ ସୁନା ଖଣି ବାହାରି ଥିବାରୁ ଏହାକୁ ନେଇ ଆଖ ପାଖରେ ଥିବା ଲୋକେ ବେସ ଖୁସି । କାରଣ ସେମାନେ ଏହି ଖଣି ପାଇଁ ଅନେକ କାମ ପାଇପାରିବେ । ନିଜେ ରୋଜଗାର କ୍ଷମ ହୋଇ ପାରିବେ ।

ରିପୋର୍ଟ ଅନୁଯାୟୀ ବିହାରର ଜମୁଇ ଜିଲ୍ଲାରେ କେବଳ ସୁନା ଖଣି ନାହିଁ । ଏହା ଛଡା ବିହାର ର ଅନ୍ୟ ସ୍ଥାନରେ ମଧ୍ୟ ବିଭିନ୍ନ ପ୍ରକାର ର ମୂଲ୍ୟବାନ ଖଣିଜ ପଦାର୍ଥ ଦେଖିବାକୁ ମିଳିଛି । ଯାହାର ମୂଲ୍ୟ ମଧ୍ୟ ଅଧିକ ରହିବ । ତେବେ ବର୍ତ୍ତମାନ ଦେଖାଯାଇଥିବା ସୁନା ଖଣିରେ ଖୁବ ଶୀଘ୍ର କାମ ଆରମ୍ଭ ହୋଇ ଏହା ର ଖନନ କରାଯାଇପାରେ । ଯାହା ଦ୍ୱାରା ସାରା ଦେଶକୁ ବିହାର କରିବ ସୁନା ରପ୍ତାନୀ ଓ ଏହା ପରେ ବିହାର ବି ହୋଇଯାଏ ପାରେ ସବୁଠୁ ଧନୀ ରାଜ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.