ଆଶ୍ଚର୍ଯ୍ୟ! ଜେସିବି ଲଗାଇ ରାତାରାତି ପୋଲ ନେଇଗଲେ ଚୋର, ସକାଳୁ ଉଠି ଗାଁ ଲୋକ ଅବାକ୍‌

ଚୋରିର ଅନେକ ଘଟଣା ବିଷୟରେ ଆମେ ଶୁଣିଛେ। କିଏ କେତେ ବେଳେ ଟଙ୍କା ଚୋରି କଲାଣି ତ ଆଉ କେବେ ଜିନିଷପତ୍ର। ଏସବୁ ଖବର ଆମେ ପ୍ରତିଦିନ ଟିଭି, ପେପରରେ ଦେଖୁଛୁ। କିନ୍ତୁ କେବେ ପୋଲ୍‌ ଚୋରି କଥା ଶୁଣିଛନ୍ତି କି! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଚୋରମାନେ ପୂରାପୂରି ପୋଲକୁ ଚୋରି କରି ନେଇଯାଇଛନ୍ତି। ଏଭଳି ମାମଲା ଦେଖିବାକୁ ମିଳିଛି ବିହାରର ରୋହତାସ ଜିଲ୍ଲାରେ। ଏଠାରେ ଚୋରମାନେ ଏକ ୬୦ ଫୁଟ୍‌ ଲମ୍ବା ପୋଲକୁ ଚୋରି କରି ନେଇଯାଇଛନ୍ତି।

ବିହାରର ରୋହତାସ ଜିଲ୍ଲାର ନାସରିଗଞ୍ଜ ଥାନା ଅମିୟାବର ଅଞ୍ଚଳରେ ଏକ କେନାଲ ରହିଛି। ଏହି କେନାଲ ଉପରେ ନିର୍ମିତ ଲୁହାର ପୋଲ ରାତାରାତି ଗାୟବ ହୋଇଯାଇଛି। ପୋଲ ଗାୟବ ହୋଇଯାଇଥିବା ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲୋକମାନେ ଯାଇ ଦେଖିବା ବେଳକୁ କେନାଲ ଉପରେ ତିଆରି ହୋଇଥିବା ୬୦ ଫୁଟ୍‌ ଲମ୍ବା, ୧୦ ଫୁଟ୍‌ ଚଉଡ଼ା ଓ ୧୨ ଫୁଟ୍‌ ଉଚ୍ଚ ପୋଲ ଗାୟବ ହୋଇଯାଇଛି। କୁହାଯାଉଛି ଯେ ଚୋରମାନେ ପୋଲକୁ ଜେସିବିରେ ଓପାଡ଼ି ଟ୍ରକରେ ଲଦି ନେଇ ଯାଇଛନ୍ତି।


ରାତାରାତି ଚୋରମାନେ ଏମିତି କାରନାମା କରିଦେଲେ, କିନ୍ତୁ ସ୍ଥାନୀୟ ପ୍ରଶାସନକୁ ଏ ନେଇ କିଛି ଜଣା ବି ପଡ଼ିନାହିଁ। ତେବେ ସବୁଠୁ ମଜା କଥା ହେଉଛି, ଏହି କାମ ପାଇଁ ଚୋରମାନେ ନିଜକୁ ସରକାରୀ ଅଧିକାରୀର ପରିଚୟ ଦେଇ ସ୍ଥାନୀୟ ବିଭାଗୀୟ କର୍ମୀଙ୍କ ସାହାଯ୍ୟ ବି ନେଇଛନ୍ତି। ତାଙ୍କ ଉପସ୍ଥିତିରେ ହିଁ ପୋଲ ଚୋରି କରି ନେଇଯାଇଛନ୍ତି। ତେବେ ଚୋରମାନେ ଏହି ପୋଲକୁ କୁଆଡ଼େ ନେଇ ଯାଇଛନ୍ତି, ଏବେ ଯାଏଁ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

Also Read: ଏବେ ମାତ୍ର ୨୨୫ ଟଙ୍କାରେ ନେଇପାରିବେ କୋଭିସିଲ୍ଡ ଓ କୋଭାକ୍ସିନ୍‌ର ବୁଷ୍ଟର ଡୋଜ୍‌, ଘୋଷଣା କଲା କମ୍ପାନୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.