ନିର୍ବାଚନ ପୂର୍ବରୁ ମାତିଲେ ମାଓବାଦୀ : ଦାନ୍ତେଓ୍ଵାଡ଼ାରେ ବିସ୍ଫୋରଣ କରି ଉଡ଼ାଇଲେ ବୁଲେଟ୍‌ପ୍ରୁଫ୍‌ କାର୍‌, ବିଜେପି ବିଧାୟକଙ୍କ ମୃତ୍ୟୁ ସହ ୫ ସୁରକ୍ଷାକର୍ମୀ ସହିଦ

ଛତିଶଗଡ଼ : ନିର୍ବାଚନ ପୂର୍ବରୁ ମାତିଲେ ମାଓବାଦୀ। ଛତିଶଗଡ଼ ଦାନ୍ତେୱାଡ଼ାରେ ବଡ଼ ଧରଣର ହମ୍‌ଲା କରିଛନ୍ତି। ଆଇଡି ବିସ୍ଫୋରଣ କରି ଉଡ଼ାଇଲେ ବୁଲେଟ୍‌ପ୍ରୁଫ୍‌ କାର୍‌। ଏଥିରେ ଦାନ୍ତେଓ୍ଵାଡାର ବିଜେପି ବିଧାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ମୃତ ବିଜେପି ବିଧାୟକଙ୍କ ନାଁ ଭୀମା ମାଣ୍ଡଭୀ । ତାଙ୍କ ସହିତ ଥିବା ୪ ଜଣ ସୁରକ୍ଷା କର୍ମୀ ଓ ଜଣେ ପିଏସ୍‌ଓଙ୍କ ମୃତୁ ବି ହୋଇଛି। ଆଜି ଅପରାହ୍ଣ ପାଖାପାଖି ସାଢ଼େ ୪ଟା ବେଳେ ଏହି ବିସ୍ଫୋରଣ ହୋଇଥିଲା । ବିଜେପି ବିଧାୟକଙ୍କ କନଭୋଏକୁ ଟାର୍ଗେଟ କରିଥିଲେ ମାଓବାଦୀ । ଆସନ୍ତା ୧୧ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ତର ଲୋକସଭା କ୍ଷେତ୍ରରେ ଭୋଟ୍‌ ରହିଛି। ଆଜି ଥିଲା ପ୍ରଚାରର ଶେଷ ଦିନ। ତାପୂର୍ବରୁ ମାଓବାଦୀ ବଡ଼ ଧରଣର ବିସ୍ଫୋରଣ କରି ସୁରକ୍ଷା ବ୍ୟବସ୍ଥା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.