ବିଧାୟକ ଏବଂ ତାଙ୍କ ପୁଅ ନାଁରେ ସାଙ୍ଘାତିକ ଅଭିଯୋଗ, ଦୁଷ୍କର୍ମ, ଗର୍ଭପାତ ଏବଂ ଦ୍ୱିତୀୟ ବିବାହ ଏମିତି ଅନେକରେ ମାମଲା ରୁଜୁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଫତେହାବାଦରେ ଏକ ନିନ୍ଦନୀୟ ଘଟଣା ଘଟିଛି। ଭାଜପା ବିଧାୟକ ଛୋଟେଲାଲ ବର୍ମା ଏବଂ ତାଙ୍କ ପୁତ୍ର ଲକ୍ଷ୍ମୀକାନ୍ତ ବର୍ମାଙ୍କ ଉପରେ ଆସିଛି ଏକ ସଙ୍ଗୀନ ଅଭିଯୋଗ। ପୀଡ଼ିତାଙ୍କ କହିବା ଅନୁସାରେ ଲକ୍ଷ୍ମୀକାନ୍ତ ବର୍ମା ତାଙ୍କୁ ଘରକୁ ଡାକି କୋଲ୍ଡ ଡ୍ରିଙ୍କସରେ ନିଶାଦ୍ରବ୍ୟ ଦେଇ ତାଙ୍କ ସହ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଏବଂ ତାସହ ଭିଡିଓ ରେକଡ଼ିଂ ବି କରିଥିଲେ। ବହୁତ ଦିନ ହେବ ବିବାହର ଆଶାଦେଇ ବ୍ଲାକମେଲ୍‌ କରୁଥିଲେ। ଏନେଇ ଆଗ୍ରାର ତାଜଗଞ୍ଜ ଥାନାରେ ଏତଲା ଦେଇଛନ୍ତି ପୀଡ଼ିତା।

ପୀଡ଼ିତାଙ୍କ ବୟାନ ରେକର୍ଡ଼ ପରେ ବାପ-ପୁଅଙ୍କ ବିରୋଧରେ ଆଇପିସିର ଧାରା ୩୭୬ ବଳାତ୍କାର,୩୧୩ ଗର୍ଭପାତ,୩୨୩ ମାରପିଟ,୫୦୪ ଗାଳିଗୁଲଜ କରିବା ୫୦୬ ଜୀବନରୁ ମାରିବାକୁ ଧମକ,୪୯୪ ଜଣେ ପତ୍ନୀ ଥିବାବେଳେ ଦ୍ୱିତୀୟ ବିବାହ ଏବଂ ୩୨୮ ଖାଦ୍ୟରେ ବିଷ କିମ୍ବା ନିଷା ଦ୍ରବ୍ୟ ମିଶାଇବା ପରି ଜଘନ୍ୟକାମ ପାଇଁ ମାମଲା ରୁଜୁ କରାଯାଇଛି।

ପୀଡ଼ିତା ନିଜ ବୟାନରେ କହିଛନ୍ତି ଯେ ସେ ଯେତେବେଳେ ୧୭ ବର୍ଷରେ ଥିଲେ, ବିଧାୟକଙ୍କ ଝିଅ ସହିତ ତାଙ୍କର ବନ୍ଧୁତା ଥିଲା,ସେ ତାଙ୍କ ଝିଅକୁ ଦେଖା କରିବା ପାଇଁ ବିଧାୟକଙ୍କ ଘରକୁ ଯାଉଥିଲେ ଏବଂ ବିଧାୟକଙ୍କ ଝିଅ ନିଜ ଭାଇଙ୍କ ସହିତ ପରିଚୟ କରାଇଥିଲେ। ୨୦୦୩ ମସିହାରେ ଲକ୍ଷ୍ମିକାନ୍ତ ତାଙ୍କୁ ଘରକୁ ଡାକିଥିଲେ ଏବଂ କୋଲ ଡ୍ରିଙ୍କ୍‌ସ ରେ ନିଶାଦ୍ରବ୍ୟ ମିଶାଇ ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲେ ଏବଂ ଭିଡିଓ ରେକର୍ଡ କରି ବହୁତ ଦିନ ହେବ ବ୍ଲାକମେଲ କରୁଥିଲେ। ପୀଡିତାଙ୍କ କହିବା କଥା ଏହି ପୁରା ଘଟଣାରେ ବିଧାୟକ ଛୋଟେଲାଲ ବର୍ମା ନିଜ ପୁଅ ଲକ୍ଷ୍ମୀକାନ୍ତ ବର୍ମାଙ୍କୁ ସମର୍ଥନ ଦେଇଛନ୍ତି।

ପିଡ଼ୀତା କହିଛନ୍ତି ଲକ୍ଷ୍ମୀକାନ୍ତ ତାଙ୍କୁ ବହୁତ ଥର ମାରପିଟ କରିଛନ୍ତି,ଗର୍ଭପାତ କରାଇଛନ୍ତି,ମନ୍ଦିରରେ ତାଙ୍କୁ ଭଗବାନଙ୍କୁ ସାକ୍ଷୀ ରଖି ବିବାହ କରିଥିଲେ ମଧ୍ୟ,୨୦୦୬ ମସିହାରେ ଅନ୍ୟ ଜଣଙ୍କୁ ବିବାହ କରିଛନ୍ତି। ଲକ୍ଷ୍ମୀକାନ୍ତ ପୀଡ଼ିତାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତିଏବଂ ଜବରଦସ୍ତି ଛାଡ଼ପତ୍ର କାଗଜରେ ଦସ୍ତଖତ ନେଇଯାଇଛନ୍ତି। ଏହି ମାମଲାରେ ପୋଲିସ ତଦନ୍ତ କରୁଛି ଏବଂ ଖୁବ୍‌ ଶୀଘ୍ର ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ପୋଲିସ।

 

Leave A Reply

Your email address will not be published.