ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ କରୋନା, ୩ ଦିନ ହେଲା କରୁଥିଲେ ନିର୍ବାଚନୀ ପ୍ରଚାର

ଦେଶରେ କାୟା ମେଲାଇଛି କରୋନା। ଧୀରେ ଧୀରେ ବ୍ୟାପୁଥିବା କରୋନା ଏବେ ସୁନାମୀ ଭଳି ପ୍ରବଳ ବିସ୍ତାର କରୁଛି। ଏହାର କବ୍‌ଜାରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ରାଜନେତା, ବ୍ୟବସାୟୀ ସମସ୍ତେ ଫସୁଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ଖବର ସାମ୍ନାକୁ ଆସୁଛି ଯେ ଲୋକସଭା ସାଂସଦ ବରୁଣ ଗାନ୍ଧୀ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ପିଲିଭିତରୁ ଲୋକସଭା ସାଂସଦ ଅଛନ୍ତି ବରୁଣ ଗାନ୍ଧୀ। ସେ କୋଭିଡ୍‌ ପଜିଟିଭ୍‌ ଥିବା ନେଇ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି।

ବରୁଣ ଗାନ୍ଧୀ ଟ୍ଵିଟ୍‌ କରି ଲେଖିଛନ୍ତି- ତିନି ଦିନ ଧରି ପିଲିଭିତରେ ରହିବା ପରେ ମୋ ଦେହ ଭୀଷଣ ଭାବେ ଅସୁସ୍ଥ ହୋଇଥିଲା। ପରେ ଟେଷ୍ଟ କରିବାରୁ ମୋର କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ସେ ଲେଖିଛନ୍ତି- ଆମେ ଏବେ ତୃତୀୟ ଲହରୀ ଓ ନିର୍ବାଚନ ପ୍ରଚାର ମଧ୍ୟରେ ଅଛୁ। ନିର୍ବାଚନ ଆୟୋଗ ଆଶାୟୀ ପ୍ରାର୍ଥୀ ଓ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ବୁଷ୍ଟର ଡୋଜ୍‌ ଦେବା ଉପରେ ଗୁରୁତ୍ୱ ଦେବା ଦରକାର। ଏଥିସହ ସେ ତାଙ୍କ ସହ ପ୍ରଚାରରେ ଯାଇଥିବା ଦଳୀୟ ସଦସ୍ୟଙ୍କୁ ମଧ୍ୟ ଟେଷ୍ଟ କରାଇବାକୁ ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ଶୁକ୍ରବାର ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.