ଆଜିଠୁ ଆରମ୍ଭ ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନ: ମମତା ସରକାରଙ୍କ ବିରୋଧରେ ବିଜେପି ଦେଇଛି ରଣହୁଂକାର

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ପଶ୍ଚିମବଙ୍ଗ ବିଧାନସଭା ଅଧିବେଶନ। ଏହା ପୂର୍ବରୁ ମମତା ସରକାରଙ୍କ ବିରୋଧରେ ରଣହୁଂକାର ଦେଇଛି ବିଜେପି। ବିଜେପିର ନବାନ୍ନା ଚଲୋ ଅଭିଯାନ ବେଳେ ସେମାନଙ୍କୁ ଅଟକାଇଥିଲା ପୋଲିସ। ପରେ ସ୍ଥିତି ଅତି ଭୟଙ୍କର ରୂପ ନେଇଥିଲା। ଉଭୟ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଆନ୍ଦୋଳନକାରୀଙ୍କ ଉପରେ ପାଣିମାଡ଼ କରିଥିଲା ପୋଲିସ । ପୋଲିସ ଉପରେ ଢ଼େଲାମାଡ଼ କରିଥିଲେ ଆନ୍ଦୋଳନକାରୀ।

ସ୍ଥିତି ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଶେଷରେ ପୋଡ଼ାଜଳାର ରୂପ ନେଇଥିଲା। ଶୁଭେନ୍ଦୁ ଅଧିକାରୀ, ଲକେଟ୍‌ ଚାଟାର୍ଜୀ, ରାହୁଲ ସିହ୍ନା ପ୍ରମୁଖ ଅନେକ ନେତାଙ୍କୁ ଉଠାଇ ନେଇଥିଲା ପୋଲିସ । ଅଟକ ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ଛାଡି ଦେଇଛି। ଏହି ହିଂସା ବିରୋଧରେ ଗୃହରେ ପ୍ରତିବାଦ କରାଯିବ। ଏବେବି କୋଲକତାର ବିଭିନ୍ନ ଅଞ୍ଚଳ ଉତ୍ତେଜନାପ୍ରବଣ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.