ଡ୍ରିଙ୍କ୍ସ ପାର୍ଟି ପରେ ଅଡ଼ୁଆରେ ବ୍ରିଟେନ ପ୍ରଧାନମନ୍ତ୍ରୀ: କ୍ଷମା ମାଗିଥିଲେ ବି ବିବାଦ ଥମିବାର ନାଁ ଧରୁ ନାହିଁ

କେନ୍ୟୁଜ୍(ବ୍ୟୁରୋ):  ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଡ୍ରିଙ୍କ୍ସ ପାର୍ଟି ପରେ ଅଡୁଆ । ୟୁକେ ପିଏମଙ୍କ ଉପରେ ଘୂରୁଛି ଇସ୍ତଫା ଖଣ୍ଡା । ଇସ୍ତଫା ଦେବାକୁ ନିଜ ପାର୍ଟି ଭିତରୁ ପଡୁଛି ଚାପ । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବରିଷ୍ଠ ନେତା ଅନୁରୋଧ କରିଛନ୍ତି । ବ୍ରିଟେନର ପ୍ରଥମ ଲକଡାଉନ ବେଳେ ବୋରିସ ଜନସନ ଗାର୍ଡ଼େନ ପାର୍ଟି କରିଥିଲେ । ଡ୍ରିଙ୍କ୍ସ ପାର୍ଟି ନେଇ ଖବର ପ୍ରସାରଣ ପରେ ପ୍ରଧାନମନ୍ତ୍ରୀ ପଦ ଛାଡିବାକୁ ଦାବି ତେଜିବାରେ ଲାଗିଛି। ୨୦୨୦ ମେ ମାସରେ ଲକଡାଉନ ବେଳେ ନିଜ ଡାଉନିଂ ଷ୍ଟ୍ରିଟ ବାସଭବନ ପରିସରରେ ଥିବା ଉଦ୍ୟାନରେ ଅନୁଷ୍ଠିତ ପାର୍ଟିରେ ସାମିଲ ହୋଇଥିଲେ ବୋରିସ ଜନସନ ।

ପରେ ଏହାକୁ ସ୍ୱୀକାର କରିବା ସହ ପାର୍ଲାମେଣ୍ଟକୁ ସମ୍ବୋଧିତ କରି କ୍ଷମା ମାଗିଥିଲେ । ସମସ୍ତ ଘଟଣାକ୍ରମ ପାଇଁ ସେ ନିଜକୁ ଉତ୍ତରଦାୟୀ କରୁଛନ୍ତି । ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗୁଛି ବୋଲି କହିଛନ୍ତି । ବୋରିସ ଜନସନଙ୍କ କଞ୍ଜରଭେଟିଭ ପାର୍ଟି ମଧ୍ୟ ଘଟଣାରେ କ୍ଷମା ମାଗିଛି। ଲକଡାଉନ ସମୟରେ ସମସ୍ତେ ଏକପ୍ରକାର ବନ୍ଦୀ ହୋଇ ରହିଥିଲେ ବ୍ରିଟେନବାସୀ । ସ୍କୁଲ କଲେଜଠାରୁ ମଦ ଦୋକାନ ବି ବନ୍ଦ ରହିଥିଲା । ୨୦୨୦ରେ ଆମେରିକା ଓ ୟୁରୋପୀୟ ଦେଶରେ କରୋନା କୋପ ଦେଖିବାକୁ ମିଳିିଥିଲା ।

ବିଶ୍ୱରେ କୋଭିଡ ମାଡି ଚାଲଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ସରକାରୀ ବଙ୍ଗଳାରେ ପାର୍ଟିରେ ବ୍ୟସ୍ତ ଥିଲେ । ପ୍ରଥମ ଲହରରେ ବି୍ରଟେନରେ କରୋନା ଅନେକଙ୍କ ଜୀବନ ଦେଇଥିଲା । ଜନସନଙ୍କ ଡାଉନିଂ ଷ୍ଟ୍ରିଟ ବାସଭବନରେ ପାର୍ଟି ନେଇ ପଠାଯାଇଥିବା ଇ ମେଲ ମିଡିଆରେ ଭାଇରଲ ହେବା ପରେ ଜନସନଙ୍କ ଟେନସନ ବଢୁଛି । ବିପକ୍ଷ ଲେବର ପାର୍ଟି ସହ ଶାସକ କନଜେରଭେଟିବ ପାର୍ଟି ବି ଘଟଣାକୁ ଗୁରୁତର ସହ ନେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.