ଓ୍ଵିଣ୍ଡସର କ୍ୟାସଲରେ ମହାରାଣୀଙ୍କ ଶେଷକୃତ୍ୟ, ଉପସ୍ଥିତ ଅଛନ୍ତି ୨ହଜାରରୁ ଅଧିକ ବିଶିଷ୍ଟ ଅତିଥି

କେନ୍ୟୁଜ୍(ବ୍ୟୁରୋ): ମହାରାଣୀଙ୍କ ଶେଷଯାତ୍ରା । ରାଜକୀୟ ପରମ୍ପରାରେ ଓ୍ଵିଣ୍ଡସର କ୍ୟାସଲରେ ହେବ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଶେଷକୃତ୍ୟ । ପ୍ରଥମେ ୱେଷ୍ଟମିନିଷ୍ଟର ହଲରୁ ମହାରାଣୀଙ୍କ ପାର୍ଥିବ ଶରୀର ୱେଷ୍ଟମିନିଷ୍ଟର ଆବେ ଅଣାଯାଇଥିଲା । ଏହା ପରେ ୱେଷ୍ଟମିନିଷ୍ଟର ଆବେରୁ ଓ୍ଵିଣ୍ଡସର କ୍ୟାସଲ ଅଣାଯାଉଛି ପାର୍ଥିବ ଶରୀର । ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ । ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୪ଟା ୩୦ରେ ଆରମ୍ଭ ହୋଇଥିଲା ଶେଷକୃତ୍ୟ କାର୍ଯ୍ୟକ୍ରମ। ୨୦୦ ଶହ ସଙ୍ଗୀତଜ୍ଞ, ବ୍ୟାଣ୍ଡ ଓ ସେନାଙ୍କୁ ନେଇ ହେଉଛି ମହାରାଣୀଙ୍କ ଶୋଭାଯାତ୍ରା ।

ଶେଷକୃତ୍ୟରେ ଉପସ୍ଥିତ ଅଛନ୍ତି ୨୦୦୦ରୁ ଅଧିକ ଭିଆଇପି ଅତିଥି । ସାମିଲ ହୋଇଛନ୍ତି ୫୦୦ରୁ ଊର୍ଦ୍ଧ୍ୱ ବିଦେଶୀ ପ୍ରତିନିଧି । ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟିରେ ଉପସ୍ଥିତ ଅଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ଜାପାନ ମହାରାଜା ନରୁହିତୋ ଓ ମହାରାଣୀ ମାସାକୋ, ୟୁକେ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ୍‌ ବାଇଡେନ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ବି ଉପସ୍ଥିତ ଅଛନ୍ତି । ଜର୍ମାନୀ ରାଷ୍ଟ୍ରପତି ଫ୍ରାଙ୍କ ୱାଲଟର ଷ୍ଟେନମେୟର, ଇଟାଲି ରାଷ୍ଟ୍ରପତି ସର୍ଗିଓ ମାତାରେଲା, ତୁର୍କୀ ରାଷ୍ଟ୍ରପତି ରେଚପ ତୈପ ଏର୍ଦୋଗାନ, ବ୍ରାଜିଲ ରାଷ୍ଟ୍ରପତି ବୋଲସନାରୋ ମଧ୍ୟ ଉପସ୍ଥିତ ଅଛନ୍ତି । ଗତ ୮ ତାରିଖରେ ୯୬ ବର୍ଷ ବୟସରେ ବାଲମୋରାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ମହାରାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.