ଜମ୍ମୁ-କାଶ୍ମୀର ବଡ଼ଗାମ୍ରେ ଏନକାଉଣ୍ଟର, ୩ ଲସ୍କର ଆତଙ୍କୀ ସଫା; ବହୁ କଶ୍ମୀର ପଣ୍ଡିତଙ୍କୁ କରିଥିଲେ ହତ୍ୟା
ଜମ୍ମୁ-କଶ୍ମୀର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ବୁଧବାର ଏନ୍କାଉଣ୍ଟରରେ ୩ ଲସ୍କର ଆତଙ୍କୀ ନିପାତ ହୋଇଛନ୍ତି। ୩ ଲସ୍କର ଆତଙ୍କବାଦୀ ବଡ଼ଗାମ ଜିଲ୍ଲାରେ ଲୁଚି ରହିଥିବା ସୂଚନା ପାଇ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ କରିଥିଲେ। ସର୍ଚ୍ଚ ଅପରେସନ୍ ବେଳେ ଏନକାଉଣ୍ଟର ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କୀ ନିହତ ହୋଇଛନ୍ତି। ଏମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି।
ଏ ନେଇ କଶ୍ମୀର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (କଶ୍ମୀର ମଣ୍ଡଳ) ବିଜୟ କୁମାର ଟ୍ଵିଟ୍ କରି କହିଛନ୍ତି, ଲୁଚିଥିବା ୩ ଲସ୍କର ଆତଙ୍କବାଦୀଙ୍କୁ ସୁରକ୍ଷା ବଳ ନିପାତ କରିଛି। ଘଟଣାସ୍ଥଳରୁ ଶବ ବାହାର କରାଯାଉଛି। ମୃତକଙ୍କ ପରିଚୟ ଖୋଜା ଚାଲିଛି। ମୃତ ଦେହ ନିକଟରୁ ବହୁ ଆପତ୍ତିଜନକ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ କରାଯାଇଛି। ଆମ ପାଇଁ ଏହା ଏକ ବଡ଼ ସଫଳତା।
Input was received that three terrorists of terror outfit LeT(TRF) including terrorist Lateef Rather who was involved in several civilian killings including Rahul Bhat and Amreen Bhat were hiding in Budgam district. All three terrorists have been killed: ADGP Kashmir Vijay Kumar pic.twitter.com/7xGuIxyTH7
— ANI (@ANI) August 10, 2022
ଏହା ପୂର୍ବରୁ ବିଜୟ କୁମାର କହିଥିଲେ ଯେ ସର୍ଚ୍ଚ ଅପରେସନ୍ ବେଳେ ୩ ଆତଙ୍କବାଦୀଙ୍କୁ ସୁରକ୍ଷା କର୍ମୀ ଘେରିଛନ୍ତି। ସେ ଟ୍ଵିଟ୍ କରି କହିଥିଲେ, ସର୍ଚ୍ଚ ଅପରେସନ୍ରେ ଆତଙ୍କବାଦୀ ଲତିଫ୍ ରାଠୋର ସମେତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ୩ ଆତଙ୍କବାଦୀଙ୍କୁ କବ୍ଜା କରାଯାଇଛି। ରାହୁଲ ଭଟ୍ଟ ଓ ଅମରିନ୍ ଭଟ୍ଟଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା ଆତଙ୍କବାଦୀ ଲତିଫ୍।
ସୂଚନାଯୋଗ୍ୟ ଯେ ରାହୁଲ ଭଟ୍ଟଙ୍କୁ ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ଚଡ଼ୁରା ସହରରେ ମେ ୧୨ରେ ତହସିଲ କାର୍ଯ୍ୟାଳୟ ଭିତରେ ଆତଙ୍କ ବାଦୀମାନେ ଗୁଳି କରି ହତ୍ୟା କରିଥିଲେ। ତାଙ୍କୁ ଶରଣାର୍ଥୀ ଭାବେ ସ୍ୱତନ୍ତ୍ର ରୋଜଗାର ପ୍ୟାକେଜ୍ରେ କ୍ଲର୍କ ଚାକିରି ମିଳିଥିଲା। ଏହାର କିଛି ଦିନ ପରେ ଲସ୍କରର ଆତଙ୍କବାଦୀ ଟିଭି କଳାକାର ଅମୀନ୍ ଭଟ୍ଟଙ୍କ ବଡ଼ଗାମ ଜିଲ୍ଲାର ଚଡ଼ୁରାରେ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା।
Also Read: କମିଲା ସୁନା ଦାମ୍, ଆଜି ରାକ୍ଷୀରେ ଭଉଣୀ ପାଇଁ କିଣି ଆଣନ୍ତୁ ମନ ପସନ୍ଦର ଗହଣା