ଉତ୍ତରାଖଣ୍ଡ : ୧୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ବସ୍, ୪୦ରୁ ଉର୍ଦ୍ଧ ମୃତ, ୮ ଆହତ

ଉତ୍ତରାଖଣ୍ଡ : ମୃତ୍ୟୁ କେଉଁ ରୁପରେ ମଧ୍ୟ ଆସିପାରେ। ଉତ୍ତରାଖଣ୍ଡ କୋଟଦ୍ବାରର ଧୁମାକୋଟର ପିପଲି- ଭୋନ୍ ମୋଟର ମାର୍ଗରେ ଏକ ଯାତ୍ରୀବାହୀ ବସ୍ ଘାଟିରୁ ଖସି ଯାଇଛି। ଜିଲ୍ଲା ଉତ୍ପାଦ ନିୟନ୍ତ୍ରଣ କେନ୍ଦ୍ରରୁ ୪୫ଜଣ ଯାତ୍ରୀଙ୍କ ମୃତ ଖବର ଆସିଛି। ଘଟଣାସ୍ଥଳରେ ଏସଡ଼ିଆରଏଫ୍ ଦଳ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରୁଛି। ଆଜି ସକାଳେ ପ୍ରାୟ ୮:୪୫ ମିନିଟରେ ପ୍ରାଇଭେଟ୍ ବସ (ୟୁକେ ୧୨ସି ୦୧୫୯) ଗାତରେ ଖସି ପଡ଼ିଥିଲା।

ସୂଚନା ଅନୁଯାୟୀ , ୨୮ ସିଟ ବିଶିଷ୍ଟ ବସରେ ମୋଟ ୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଯାହା ଫଳରେ ବସଟି ନିୟନ୍ତ୍ରଣ ହରାଇ ଘାଇକୁ ଖସି ପଡ଼ିଯାଇଥିଲା। ମୃତକ ସମସ୍ତ ବ୍ୟକ୍ତି ସ୍ଥାନୀୟ ଗ୍ରାମର ହୋଇଥିବା ବେଳେ ୮ ଜଣ ଆହତ ହୋଇଥିବା ଜଣାପଡ଼ିଛି। ବସଟି ରାସ୍ତାରୁ ପ୍ରାୟ ୧୦୦ ମିଟର ତଳକୁ ଖସି ପଡ଼ିଛି । ତେବେ ଘଟଣାରେ ଆହତ ବ୍ୟକ୍ତିଙ୍କୁ ରାମନଗର ଏବଂ କୋଟଦ୍ବାରାକୁ ଚିକିତ୍ସା ପାଇଁ ନିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.