ଭସାଣୀ ଶୋଭାଯାତ୍ରାରେ ଯାଉଥିବା ବେଳେ ମାଡ଼ିଗଲା କାର, ୧ ମୃତ ୧୬ ଆହତ

ନୂଆଦିଲ୍ଲୀ : ଭସାଣୀ ଶୋଭାଯାତ୍ରାରେ ଯାଉଥିବା ବେଳେ ଲୋକଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ କାର । ଏଥିରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୬ ରୁ ଅଧିକ ଆହତ ହୋଇଥିବା ଜଣାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ।

ଘଟଣା ଘଟିଛି ଛତିଶଗଡ଼ ଯଶପୁର ଜିଲ୍ଲାରେ । ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇ ଜଣ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କାର ଡ୍ରାଇଭରକୁ ନିସ୍ତୁକ ପିଟିଛନ୍ତି ।

ଏକାଧିକ ଗାଡ଼ି ପୋଡ଼ି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ପଥାଲଗାଓଁ ପୋଲିସ ଷ୍ଟେସନ୍ ଆଗରେ ଲୋକେ ପ୍ରତିବାଦ କରିଛନ୍ତି। ଲୋକଙ୍କ ମାଡ଼ି ଯାଇଥିବା ଗାଡ଼ିରେ ଗଞ୍ଜେଇ ଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ପୋଲିସ ଏ ନେଇ କିଛି ସ୍ପଷ୍ଟ କରିନି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଅପରାଧିଙ୍କୁ ଛଡ଼ାଯିବନି ବୋଲି କହିଛନ୍ତି ବାଘେଲ।

Leave A Reply

Your email address will not be published.