କୋଭିଡ୍‌ ଟେଷ୍ଟିଂ ନାଁରେ ଏ କେମିତିକା ଦଣ୍ଡ! ଜୋର୍‌ ଜବରଦସ୍ତ ମହିଳାଙ୍କୁ ତଳେ ପକାଇ ନେଲେ ନମୁନା…ଛାତି ଥରାଇ ଦେବ ଏହି ଭିଡିଓ

ଚୀନରେ ଏବେ ଲୋକେ କରୋନା ଭାଇରସ୍‌ଠୁ ଅଧିକ ଲକ୍‌ଡାଉନକୁ ଭୟ କରୁଛନ୍ତି। କୌଣସି ବି ପରିସ୍ଥିତିରେ ଲୋକେ ବନ୍ଦୀ ହୋଇ ରହିବାକୁ ଚାହୁଁ ନାହାନ୍ତି। ସାଂଘାଇ ଏବଂ ଅନ୍ୟ କେତେକ ଅଞ୍ଚଳରୁ ଏମିତି କିଛି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଏଠାରେ ଲୋକଙ୍କୁ ଜୋର୍‌ ଜବରଦସ୍ତ କେଭିଡ୍‌ ଟେଷ୍ଟିଂ କରାଯାଉଛି। ଏବେ ଏକ ଭିଡିଓ ଟ୍ଵିଟରରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଦୁଇ ସ୍ୱାସ୍ଥ୍ୟକର୍ମୀ ଜଣେ ମହିଳାଙ୍କ ହାତ, ଗୋଡ଼ ଜାବୁଡ଼ି ଧରି ତାଙ୍କଠାରୁ କୋଭିଡ୍‌ ସାମ୍ପୁଲ୍‌ ନେଉଛନ୍ତି। ମହିଳା ଜଣଙ୍କୁ ତଳେ ପକାଇ ଦିଆଯାଇଛି, ସେ ଏହାକୁ ବିରୋଧ କରୁଥିଲେ ମଧ୍ୟ ସ୍ୱାସ୍ଥ୍ୟକର୍ମୀ ତାଙ୍କ ଉପରେ ବଳ ପ୍ରୟୋଗ କରୁଛନ୍ତି।

ଭାଇରାଲ ଭିଡିଓରେ ଦେଖା ଯାଉଛି କି, ଏକ କୋଭିଡ୍‌ ସେଣ୍ଟରରେ ଜଣେ ମହିଳା ତଳେ ପଡ଼ିଛନ୍ତି, ଦୁଇଜଣ ବ୍ୟକ୍ତି ତାଙ୍କୁ ଜାବୁଡ଼ି ଧରି ଜୋର୍‌ ଜବରଦସ୍ତ ତାଙ୍କର ଟେଷ୍ଟିଂ କରୁଛନ୍ତି। କିନ୍ତୁ ମହିଳା ଏଥିରୁ ମୁକୁଳିବା ପାଇଁ ନିଜର ପୂରା ଚେଷ୍ଟା ଜାରି ରଖିଛନ୍ତି। ତଥାପି ଜଣେ ବ୍ୟକ୍ତି ତାଙ୍କ ହାତକୁ ଧରି ଏବଂ ନିଜ ଆଣ୍ଠୁ ସାହାଯ୍ୟରେ ମାଡ଼ି ବସି ଟେଷ୍ଟିଂ କରାଉଛନ୍ତି। ପିପିଇ କିଟ୍‌ ପିନ୍ଧିଥିବା ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କ ମୁହଁରୁ ସାମ୍ପୁଲ ନେଉଛନ୍ତି। ଏହି ଭିଡିଓ ଇଣ୍ଟରନେଟ୍‌ରେ ଛାଇ ଯାଇଥିବା ବେଳେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି।

ଏହିପରି ଆଉ ଏକ ଭିଡିଓ ବି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖା ଯାଉଛି ଯେ ଚୀନର ସ୍ୱାସ୍ଥ୍ୟକର୍ମୀ ଏକ ଘର ଭିତରେ ପଶି ଜଣେ ବୃଦ୍ଧାଙ୍କୁ ଜୋର୍‌ ଜବରଦସ୍ତ କୋଭିଡ୍‌ ଟେଷ୍ଟ୍‍ ପାଇଁ ନେଇ ଯାଉଛନ୍ତି। ଯଦିଓ ଏହି ଭିଡିଓ କେଉଁ ଜାଗାର, ତାହା ସ୍ପଷ୍ଟ ନାହିଁ। କିନ୍ତୁ ଭିଡିଓଟି ସେହି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ସାଂଘାଇର ଲୋକେ କଡ଼ା ଲକ୍‌ ଡାଉନର ସାମ୍ନା କରୁଛନ୍ତି।

କହି ରଖୁଛୁ, ଚୀନ ଏହି ସମୟରେ କରୋନା ମହାମାରୀର ଅତି ଭୟାବହ ସ୍ଥିତି ଦେଇ ଗତି କରୁଛି। ଏଠାରେ ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସୁଛି। ସାଂଘାଇରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ସେଠାରୁ ଅନେକ ଛାତିଥରା ଭିଡିଓ ସାମ୍ନାକୁ ଆସୁଛି। ନିକଟରେ ଏକ ଭିଡିଓରେ କିଛି ଆବର୍ଜନା ବ୍ୟାଗରେ ପୋଷା କୁକୁର, ବିଲେଇ ବନ୍ଧା ହୋଇଥିବାର ନଜର ଆସିଥିଲା। ଏହି ଭିଡିଓଟି ବେଶ୍‌ ହୃଦୟ ବିଦାରକ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.