CBSE କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୨ର ଆଡ୍‌ମିଟ କାର୍ଡ ଜାରି; ୨୩ ଅଗଷ୍ଟରୁ ପରୀକ୍ଷା

କେନ୍ଦ୍ର ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସ୍‌ଇ ବୋର୍ଡ କମ୍ପାର୍ଟମେଣ୍ଟ ପରୀକ୍ଷା ୨୦୨୨ର ଆଡ୍‌ମିଟ କାର୍ଡ ଜାରି କରିଛି। ଏହି ପରୀକ୍ଷା ଦେବାକୁ ଥିବା ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‌ମିଟ କାର୍ଡ ଅଫିସିଆଲ େଓ୍ଵବ୍‌ସାଇଟ cbse.gov.in ଏବଂ parikshasangam.cbse.gov.in େଓ୍ଵବ୍‌ସାଇଟରେ ଜାରି କରାଯାଇଛି।

ସିବିଏସ୍‌ଇ ଆଡ୍‌ମିଟ କାର୍ଡ କେବଳ ସ୍କୁଲମାନଙ୍କୁ ଡାଉନଲୋଡ୍‌ କରିବା ପାଇଁ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀମାନେ ନିଜ ନିଜ ସ୍କୁଲରୁ ଏହି ଆଡ୍‌ମିଟ କାର୍ଡ ନେଇ ପାରିବେ। ଶିକ୍ଷକ ଶିକ୍ଷୟିତ୍ରୀ କିମ୍ବା ସ୍କୁଲ ପ୍ରମୁଖ ଅଫିସିଆଲ େଓ୍ଵବ୍‌ସାଇଟକୁ ଯାଇ ଅନ୍‌ଲାଇନ ମାଧ୍ୟମରେ ଆଡ୍‌ମିଟ କାର୍ଡ ଡାଉନଲୋଡ୍‌ କରିବେ ଏବଂ ଛାତ୍ରଛାତ୍ରୀଙ୍କୁ ବାଣ୍ଟିବେ।

କମ୍ପାର୍ଟମେଣ୍ଟ ପରୀକ୍ଷାର ଆଡ୍‌ମିଟ କାର୍ଡ ଏମିତି କରନ୍ତୁ ଡାଉନଲୋଡ୍‌

-ଅଫିସିଆଲ େଓ୍ଵବ୍‌ସାଇଟ cbse.gov.inକୁ ଯାଆନ୍ତୁ ଏବଂ ପୁଣି ପରୀକ୍ଷା ସଙ୍ଗମ୍‌ ପୋର୍ଟାଲ ଉପରେ କ୍ଲିକ୍‌ କରନ୍ତୁ।

-ସ୍କୁଲମାନଙ୍କ ପାଇଁ ପରୀକ୍ଷା ସଙ୍ଗମ୍‌ ପୋର୍ଟାଲ ଅଧୀନରେ ‘Pre-Examination Activities’ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

-ଏବେ ‘ଆଡ୍‌ମିଟ କାର୍ଡ ଏବଂ କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ସେଣ୍ଟର ସାମଗ୍ରୀ’ ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ।

-୯ମ ଏବଂ ଏକାଦଶ ଶ୍ରେଣୀର ରେଜିଷ୍ଟ୍ରେସନ ସମୟରେ କରାଯାଇଥିବା ୟୁଜର ଆଇଡି ଦାଖଲ କରନ୍ତୁ।

-ସମସ୍ତ ପ୍ରବେଶ ପତ୍ର ଡାଉନଲୋଡ୍‌ କରନ୍ତୁ ଏବଂ ପ୍ରିଣ୍ଟଆଉଟ୍‌ ବାହାର କରନ୍ତୁ।

-ସ୍କୁଲର ପ୍ରଧାନ ଶିକ୍ଷକ ବା ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାକ୍ଷର ଲାଗିବା ପରେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପ୍ରବେଶ ପତ୍ର ଦେଇ ଦିଅନ୍ତୁ।

କହି ରଖୁଛୁ, ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତା ଅଗଷ୍ଟ ୨୩ରୁ କମ୍ପାର୍ଟମେଣ୍ଟ ପରୀକ୍ଷାର ଆୟୋଜନ କରିବ। କୌଣସି ବି ଅପଡେଟ୍‌ ପାଇଁ ଅଫିସିଆଲ େଓ୍ଵବ୍‌ସାଇଟ ଉପରେ ନଜର ରଖି ଥାଆନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.