କରୋନା ୨.୦ କୁ ନେଇ ତତ୍ପର କେନ୍ଦ୍ର, ବିମାନ ଯାତ୍ରୀଙ୍କ ପାଇଁ ସରକାର ଜାରି କଲେ ନୂଆ SOP, ଜାଣନ୍ତୁ ଡିଟେଲ୍ସ

ଭାରତ ସରକାର ୟୁକେରୁ ଭାରତ ଫେରୁଥିବା ବିମାନ ଯାତ୍ରୀମାନଙ୍କ ପାଇଁ ନୂଆ ଏସଓପି ଜାରି କରିଛନ୍ତି। ସରକାରଙ୍କ କହିବା ହେଲା, ୟୁକେରୁ ଭାରତ ଫେରିଲେ ଏୟାରପୋର୍ଟରେ ଯାତ୍ରୀମାନଙ୍କର RT-PCR ଟେଷ୍ଟ କରାଯିବ। ଏହି ସମୟରେ ଯେଉଁ ଲୋକ କରୋନା ଭାଇରସର ନୂଆ ଭେରିଏଣ୍ଟରୁ ସଂକ୍ରମିତ ମିଳିବେ, ତାଙ୍କୁ ଆଇସୋଲେଟ ହୋଇ ରହିବାକୁ ପଡ଼ିବ। ଏହାସହିତ ତାଙ୍କ ସାଥୀ ଯାତ୍ରୀମାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନ କରାଯିବ।

airport3

କରୋନାର ନୂଆ ଭେରିଏଣ୍ଟ ସାମ୍ନାକୁ ଆସିବା ପରେ ସୃଷ୍ଟି ହୋଇଥିବା ଆତଙ୍କ ଯୋଗୁ ଏହି SOP ଜାରି କରାଯାଇଛି। SOP ଜାରି କରି ସରକାର କହିଛନ୍ତି, କରୋନାର ନୂଆ ଭେରିଏଣ୍ଟ ଅଧିକ ଦ୍ରୁତ ଗତିରେ ବ୍ୟାପୁଛି। ଖାସ କରି ଯୁବପିଢ଼ିଙ୍କୁ ଏଥିରୁ ବର୍ତ୍ତିବାର ଆବଶ୍ୟକତା ରହିଛି। ଏହା ଅଧିକ ସଂକ୍ରମକ।

plane

ସବୁଠାରୁ ଖାସ କଥା ହେଉଛି, ଗତ ୪ ସପ୍ତାହ ଅର୍ଥାତ ୨୫ ନଭେମ୍ବରରୁ ୨୩ ଡିସେମ୍ବର ଭିତରେ ଭାରତ ଫେରିଥିବା ଯାତ୍ରୀମାନଙ୍କ ପାଇଁ ମଧ୍ୟ ସରକାର SOP ଜାରି କରିଛନ୍ତି। ଏହି ଯାତ୍ରୀମାନଙ୍କୁ ଗତ ୨ ସପ୍ତାହର ନିଜର ଟ୍ରାଭେଲ ହିଷ୍ଟ୍ରି କହିବାକୁ ହେବ। ଏହାସହିତ ଏକ ସେଲ୍ଫ ଡିକ୍ଲାରେଶନ ଫର୍ମ ଭରିବାକୁ ହେବ। ଏମାନଙ୍କର RT-PCR ଟେଷ୍ଟ ମଧ୍ୟ କରାଯିବ। ଖାସ କରି ନୂଆ ଭେରିଏଣ୍ଟ ପତ୍ତା ଲଗାଇବା ପାଇଁ ଟେଷ୍ଟ କରାଯିବ।

airport

ଯଦି ସେ କରୋନାର ପୁରୁଣା ଭେରିଏଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ନ୍ତି, ତ ତାଙ୍କୁ ମଧ୍ୟ ସେହି ଉପଚାର ଦିଆଯିବ ଯାହା ଦେଶର ବାକି ରୋଗୀଙ୍କ ପାଇଁ ଦିଆଯାଉଛି। ନିୟମିତ ଉପଚାରର ୨ ସପ୍ତାହ ପରେ ପୁଣିଥରେ ଟେଷ୍ଟ କରାଯିବ। ଯେ ପର୍ଯ୍ୟନ୍ତ ରୋଗୀ କରୋନା ମୁକ୍ତ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କୁ ଆଇସୋଲେଟରେ ହିଁ ରଖାଯିବ। ତେବେ ଏହି ମାମଲାରେ ବିମାନ ଯାତ୍ରୀମାନଙ୍କୁ ଚେକ ଇନ ପୂର୍ବରୁ ନୂଆ SOPର ସୂଚନା ଦେବାକୁ ସମସ୍ତ ଏୟାରଲାଇନ୍ସକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.