ସ୍ୱାଧୀନତା ଦିବସ ପାଳନ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ନୂଆ ଆଡ଼ଭାଇଜରୀ

ଆମ ଦେଶ ଭାରତ ସ୍ୱାଧୀନତା ଲାଭ କରିବାର ୭୫ ବର୍ଷ ପୁରଣ ହେବାକୁ ଖୁବ ଧୁମଧାମରେ ପାଳନ କରିବାକୁ ଯାଉଛି । ଏଭିତରେ କେନ୍ଦ୍ର ସରକାର ଅଗଷ୍ଟ ୧୫ର ଏହି ରାଷ୍ଟ୍ରୀୟ ପର୍ବ କିମ୍ବା ସ୍ୱାଧୀନତା ଦିବସକୁ କିପରି ପାଳନ କରାଯିବ ସେନେଇ ଆଡ଼ଭାଇଜାରୀ ଜାରି କରିଛନ୍ତି । ବର୍ତ୍ତମାନ ସମୟରେ ପ୍ରତିଦିନ ୧୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସୁଥିବା କାରଣରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଚେତେଇ ଦେଇଛନ୍ତିକି ସ୍ୱାଧୀନତା ଦିବସ ନେଇ କୌଣସି ବଡ ଧରଣର ସଭାସମିତି ଆୟୋଜନ କରାଯିବ ନାହିଁ । ସମସ୍ତେ କୋଭିଡ-19 ଗାଇଡ଼ଲାଇନ ତଥା ସମସ୍ତ ଦିଶା ନିର୍ଦ୍ଦେଶକୁ ପାଳନ କରନ୍ତୁ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କର ସମସ୍ତ ଜିଲ୍ଲାର ପ୍ରମୁଖ ସ୍ଥାନ ମାନଙ୍କରେ “ସ୍ୱଚ୍ଛ ଭାରତ” ଅଭିଯାନ ଚଳାଇବା ନେଇ ଦିଶା ନିର୍ଦ୍ଦେଶ ଦେଇଛନ୍ତି । ଏହି ସବୁ ସ୍ଥାନ ଯେମିତି ପରିସ୍କାର ପରିଚ୍ଛନ ରହିବ ସେନେଇ ଧ୍ୟାନ ଦେବେ ।ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞାପ୍ତିରେ କୁହାଯାଇଛିକି, “କୋଭିଡ-19ର ସମସ୍ତ ନିର୍ଦ୍ଦେଶନାମାକୁ ପାଳନ କରନ୍ତୁ, ବଡ ବଡ ସଭାସମିତି ଆଦି ଆୟୋଜନ କରନ୍ତୁ ନାହିଁ ” । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଦେଶରେ ୧୬
ହଜାର ୫୬୧ଟି ନୂଆ ମାମଲା ସାମ୍ନାକୁ ଆସିବା ପରେ ଏହି ସଂଖ୍ୟା ବଢି ୪ କୋଟି ୪୨ ଲକ୍ଷ ୨୩ ହଜାର ୫୫୭ରେ ପହଂଚିଛି । ଯେବେକି ଦେଶରେ ୨୩ ହଜାରରୁ ଅଧିକ ସଂଖ୍ୟକ ଆକ୍ଟିଭ କେଶ ରହିଛି ।

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀ ପୋଲିସ ପକ୍ଷରୁ ବାହାନ ଗୁଡିକର ଚଳାଚଳ ନେଇ ଆଡ଼ଭାଇଜାରୀ ଜାରି କରିଛି । ଲାଲ କିଲ୍ଲାର ଆଖପାଖ ଅଞ୍ଚଳରେ ସକାଳ ୪ଟା ଠାରୁ ୧୦ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଗମନାଗମନ ବନ୍ଦ ରହିବ । ନେତାଜୀ ସୁଭାଷ ମାର୍ଗ, ଲେଥିୟାନ ରୋଡ଼, ଏସ୍ପି ମୁଖାର୍ଜୀ ମାର୍ଗ, ଚାନ୍ଦନୀ ଚୌକ ରୋଡ଼, ନିଷାଦ ରାଜ ମାର୍ଗ, ଏସ୍ପିଲେନେଡ ରୋଡ, ନେତାଜୀ ସୁଭାଷ ମାର୍ଗକୁ ଯାଉଥିବା ଲିଙ୍କ ରୋଡ ପରି ୮ଟି ସଡକରେ ବହନ ଚଳାଚଳ ବନ୍ଦ ରହିବ । ନୋଏଡା, ଲୋନୀ, ସିଂଙ୍ଘଉ, ଗାଜିପୁର, ବଦରପୁର, ସାଫିୟା ପରି ବାଣିଜ୍ୟିକ କେନ୍ଦ୍ର ଗୁଡିକ ଶୁକ୍ରବାର ରାତି ୧୦ ଟା ଠାରୁ ଶଣିଆବର ୧୧ଟା ଯାଏଁ ବନ୍ଦ ରହିବ । ଏହି ପରି ରବିବାର ଓ ସୋମବାର ବି ବନ୍ଦ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.