ଚଣ୍ଡୀଗଡ ବିଶ୍ୱବିଦ୍ୟାଳୟ MMS ମାମଲାରେ ୩ ଗିରଫ, ଛାତ୍ରୀଙ୍କୁ ଆସୁଛି ବିଦେଶରୁ ଧମକପୂର୍ଣ୍ଣ କଲ୍‌

ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟ ଭାଇରଲ ଭିଡିଓ ସ୍କାଣ୍ଡାଲ ମାମଲାରେ ୨ଜଣଙ୍କୁ ଗିରଫ ଏବଂ ଜଣକୁ ଅଟକ ରଖିଛି ପୋଲିସ । ଏସବୁ ସତ୍ତ୍ୱେ ମଧ୍ୟ ଛାତ୍ରୀମାନଙ୍କୁ ବିଦେଶୀ ନମ୍ବରରୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସୁଛି। ୟୁନିଭର୍ସିଟିର କିଛି ଛାତ୍ରୀଙ୍କୁ କାନାଡାରୁ କଲ୍‌ ଆସୁଛି। ଏହାକୁ ନେଇ ଛାତ୍ରୀମାନେ ଚିନ୍ତିତ ରହିଛନ୍ତି। କିଛି କହିଲେ ଭିଡିଓ ଭାଇରଲ ହେବ ବୋଲି ଛାତ୍ରୀଙ୍କୁ ଧମକ ମିଳୁଛି। ଯେଉଁ ଛାତ୍ରୀମାନଙ୍କୁ କଲ୍‌ ଆସୁଛି, ସେମାନେ ପୋଲିସ ଏବଂ ମିଡିଆ ସାମ୍ନାକୁ ଆସୁନାହାନ୍ତି।

ଖବର ମୁତାବକ, ୨୪ ସେପ୍ଟେମ୍ବର ଯାଏ ୬ ଦିନ ପାଇଁ ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଛି। କୌଣସି ପ୍ରତିକୂଳ ସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ୟୁନିଭର୍ସିଟି କ୍ୟାମ୍ପସକୁ ୬ ଦିନ ପାଇଁ ବନ୍ଦ ରଖାଯିବା ସହ ବାଳିକା ହଷ୍ଟେଲରେ ୨ଜଣ ୱାର୍ଡେନଙ୍କୁ ନିଲମ୍ବନ କରାଯାଇଛି । ତେବେ ଏହି ମାମଲାରେ ୟୁନିଭର୍ସିଟି ପ୍ରବନ୍ଧନ ମାମଲାର ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ ହୋଇଛି।

ବିଶ୍ୱବିଦ୍ୟାଳୟର ୬୦ରୁ ଅଧିକ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଭାଇରଲ ହେବା ପରେ ୟୁନିଭର୍ସିଟି ପରିସର ଅଶାନ୍ତ ହୋଇଥିଲା । ବିଶ୍ୱବିଦ୍ୟାଳୟର ସମ୍ମାନହାନି ନେଇ ଶତାଧିକ ଛାତ୍ର ବିରୋଧ ପ୍ରଦର୍ଶନ କରିଥିଲେ। ଗତକାଲି ମଧ୍ୟ ରାତି ରାତି ସାରା ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜାରି ରହିଥିଲା। ପୋଲିସର ବୁଝାସୁଝା ପରେ ଆନ୍ଦୋଳନରୁ ଓହରିଛନ୍ତି ଛାତ୍ରଛାତ୍ରୀ।

ସୂଚନା ଅନୁଯାୟୀ, ଏହି ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ୬୦ ଜଣ ଛାତ୍ରୀଙ୍କ ଗାଧୋଉଥିବା ଭିଡିଓ କରି ଭାଇରଲ କରିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଏମାନଙ୍କ ମଧ୍ୟରୁ ୮ ଜଣ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏହାକୁ ନେଇ ଛାତ୍ରୀମାନେ ବିଳମ୍ବିତ ରାତିରେ ୟୁନିଭର୍ସିଟିରେ ହଙ୍ଗାମା କରିଥିଲେ। ଝିଅମାନେ ନ୍ୟାୟ ଦାବିରେ ସ୍ଲୋଗାନ ଦେଇଥିଲେ। ଛାତ୍ରୀକୁ ଧରିବା ପାଇଁ ଦାବି କରିଥିଲେ। ପୋଲିସ ଭିଡିଓ ଭାଇରଲ କରିଥିବା ଛାତ୍ରୀଙ୍କୁ ଗିରଫ କରିଛି।

ଛାତ୍ରୀ ଜଣକ ଅନେକ ସମୟରୁ ଛାତ୍ରୀମାନେ ଗାଧୋଉଥିବା ଭିଡିଓ ସୁଟ୍‌ କରୁଥିଲା। ସେ କେବଳ ପୋଷାକ ବଦଳାଇବା କିମ୍ବା ଗାଧୋଇବା ସମୟରେ ଏହି ଭିଡିଓ ତିଆରି କରୁଥିଲେ । ଯାହା ପରେ ସେ ନିଜ ପ୍ରେମିକକୁ ପଠାଉଥିଲେ। ସେହି ଯୁବକ ଜଣକ ଭିଡିଓଗୁଡିକୁ ଇଣ୍ଟରନେଟରେ ଅପଲୋଡ କରୁଥିଲେ। ଆଉ ଏହାକୁ ସୋସିଆଲ ମିଡିଆରେ ଛାତ୍ରୀମାନେ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  ଛାତ୍ରୀମାନେ ଜାଣିବା ପରେ ମ୍ୟାନେଜମେଣ୍ଟକୁ ଅଭିଯୋଗ କରିଥିଲେ। ହେଲେ ମ୍ୟାନେଜମେଣ୍ଟ ଏହି ମାମଲାର କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ଏହାକୁ ନେଇ ଛାତ୍ରୀମାନେ ବିଳମ୍ବିତ ରାତିରେ ୟୁନିଭର୍ସିଟିରେ ହଙ୍ଗାମା କରିଥିଲେ।

ବିଶ୍ୱବିଦ୍ୟାଳୟ ମଧ୍ୟ ଏହି ମାମଲାକୁ ଚାପିବାକୁ ଉଦ୍ୟମ କରିଥିଲା। କିନ୍ତୁ ପରେ ପ୍ରଶାସନ ପକ୍ଷରୁ ଉଚିତ କାର୍ଯ୍ୟାନୁଷ୍ଠାନ କରିବା ପାଇଁଆଶ୍ୱସନା ମିଳିବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରି ଥିଲେ। ଯଦି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ହୁଏ ତେବେ ଆନ୍ଦୋଳନ ଜାରି ରହିବ ବୋଲି କୁହାଯାଇଛି।

Also Read : ଛି… ପନିପରିବାରେ ପାଣି ବଦଳରେ ପରିସ୍ରା କରି ଛିଞ୍ଚୁଥିଲା ବେପାରୀ, ଭିଡିଓ ଭାଇରଲ ପରେ ଭୁଲ୍‌ ସ୍ୱୀକାର କଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.