ଛତିଶଗଡ଼ରେ ମାଓ ହିଂସା : ବିସ୍ଫୋରଣରେ ଉଡ଼ାଇଲେ ରେଳ ଟ୍ରାକ୍ ଓ ମାଲବାହୀ ଟ୍ରେନ୍

ରାୟପୁର: ମାତିଲେ ମାଓବାଦୀ । ଛତିଶଗଡ଼ ଜଗଦଲପୁରରେ ମାଓ ହିଂସା । ବିସ୍ଫୋରଣରେ ଉଡ଼ାଇଲେ ରେଳ ଟ୍ରାକ୍ ଓ ମାଲବାହୀ ଟ୍ରେନ୍ । ଭାନସୀ ଓ କାମଲୁର ରେଲେଓ୍ଵ ଷ୍ଟେସନରେ ଏପରି ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ରେଳ ଟ୍ରାକ୍ ଉଡାଇବା ଫଳରେ ୩ଟି ଇଞ୍ଜିନ୍ ଓ ୨୪ଟି ବଗି ଲାଇନ୍ଚ୍ୟୁତ ହୋଇଛି । ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡ଼ିଯାଇଛନ୍ତି । ରେଳ ଲାଇନ୍ ଓ ନିକଟରେ ଥିବା ଗଛରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.