ନାମିବ୍ୟାରୁ ଏକ ସ୍ୱତନ୍ତ୍ର ବିମାନରେ ଚିତା ଆସୁଛି ଭାରତ, ବିମାନ କମ୍ପାନୀ ସେୟାର କଲା ଉଡ଼ାଣର ଚିତ୍ର

ଖୁବ୍ ଶୀଘ୍ର ଦେଶବାସୀ ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ନ୍ୟାସନାଲ ପାର୍କରେ ଆଫ୍ରିକୀୟ ଚିତା ଦେଖିବାର ସୁଯୋଗ ପାଇବେ। ନାମିବ୍ୟାରେ ଚିତାକୁ ଭାରତ ଆସିବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଅଛି। ସମସ୍ତ ଆଠଟି ଆଫ୍ରିକୀୟ ଚିତା ଏକ ସ୍ୱତନ୍ତ୍ର ବିମାନ ଦ୍ୱାରା ଭାରତକୁ ଅଣାଯିବ।

ବିମାନର ଚିତ୍ର ନିକଟରେ ଏୟାରଲାଇନ୍ସ କମ୍ପାନୀ ଟୁଇଟ୍ କରି ସେୟାର କରିଛି। ଏହି ବିମାନକୁ ସ୍ୱତନ୍ତ୍ର ଫ୍ଲାଗ୍ ନମ୍ବର ୧୧୮ ଦିଆଯାଇଛି। ଏଥିସହିତ ବିମାନରେ ଚିତା ବାଘର ଏକ ଆକର୍ଷଣୀୟ ଚିତ୍ର କରାଯାଇଛି। ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀ କୁନୋ ନ୍ୟାସନାଲ ପାର୍କରେ ଚିତା ବାଘ ପ୍ରକଳ୍ପ ଲୋକାର୍ପଣ କରିବେ। ତେବେ ଏହି ମୁହୂର୍ତ୍ତ ବିମାନ କମ୍ପାନୀ ପାଇଁ ସ୍ମରଣୀୟ ହେବାକୁ ଯାଉଛି।

 

ପ୍ରାୟ ୭୦ ବର୍ଷ ପରେ ଲୋକମାନେ ଭାରତରେ ଚିତା ବାଘ ଦେଖିବେ। ତେବେ ଏହି ଐତିହାସିକ ମୁହୂର୍ତ୍ତକୁ ଦେଶବାସୀ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଚିତା ପ୍ରୋଜେକ୍ଟରେ ଜଡିତ ଏକ ଏଜେନ୍ସି ଚିତା ସଂରକ୍ଷଣ ପାଣ୍ଠିରୁ ମିଳିଥିବା ସୂଚନା ଅନୁଯାୟୀ ଦକ୍ଷିଣ ଆଫ୍ରିକାରୁ ପାଞ୍ଚଟି ମାଇ ଏବଂ ତିନିଟି ଅଣ୍ଡିରା ଚିତା ଭାରତକୁ ଅଣାଯାଉଛି। ଏଥି ମଧ୍ୟରୁ ଏମାନଙ୍କ ବୟସ ସାଢ଼େ ଚାରି ବର୍ଷ, ଆଉ ଜଣଙ୍କ ବୟସ ୨ ବର୍ଷ, ଅନ୍ୟ ଏକ ଚିତା ବାଘର ବୟସ ଅଢେଇ ବର୍ଷ ଏବଂ ଆଉ ଗୋଟେ ଚିତାର ବୟସ ୩ ରୁ ୪ ବର୍ଷ ରହିଛି। ଏହା ସହିତ ଆଉ ଏକ ଚିତା ବାଘର ବୟସ ମଧ୍ୟ ୧୨ ବର୍ଷ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.