ପୋଲଭାରମ ପ୍ରକଳ୍ପ ବନ୍ଦ ପାଇଁ ପୁଣି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (କେନ୍ଯୁଜ୍) : ପୋଲାଭରମ୍‌ ପ୍ରକଳ୍ପ ବନ୍ଦ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ପ୍ରକଳ୍ପ ବନ୍ଦ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେବାକୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ପ୍ରକଳ୍ପ ସହ ଜଡ଼ିତ ସମସ୍ତ ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ପୋଭାଭରମ୍‌ କାମ ବନ୍ଦ ରଖିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

CM LETTER

ନବୀନ ଲେଖିଛନ୍ତି, ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର କି କ୍ଷତି ହେବ, ସେନେଇ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ବାଧ୍ୟ ହେଉଛି ।  ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମାଲକାନଗିରି ଜିଲ୍ଲାର ବହୁ ଆଦିବାସୀ ଗାଁ ଜଳମଗ୍ନ ହେବ । ବହୁ ଲୋକ ବାସଚ୍ୟୁତ ହେବେ ଏବଂ ଚାଷ ଜମି ଓ ଜଙ୍ଗଲ ଅଞ୍ଚଳ ବି ବୁଡ଼ିଯିବ । ବର୍ତ୍ତମାନ ପୋଲାଭରମ୍‌ ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।

ଗୋଦାବରୀ ଜଳ ବିବାଦ ଟ୍ରିବ୍ୟୁନାଲ ଅନୁସାରେ ନିର୍ମାଣ କାର୍ଯ୍ୟ ହେଲେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ର ବହୁ ଅଞ୍ଚଳ ଜଳମଗ୍ନ ହେବ । ଏଥିରେ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ପୋଲାଭରମ୍‌ ପ୍ରକଳ୍ପକୁ କେନ୍ଦ୍ର ସରକାର ଜାତୀୟ ପ୍ରକଳ୍ପର ମାନ୍ୟତା ଦେବା ସହ ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.