ଦେଶର ଆଗାମୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍‌ ୟୁୟୁ ଲଳିତ, ସୁପାରିଶ କଲେ CJI ଏନ୍‌ଭି ରମଣା

ଦେଶର ୪୯ ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ଉଦୟ ଉମେଶ ଲଳିତ। ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଆଜି ଜଷ୍ଟିସ୍‌ ଉଦୟ ଉମେଶ ଲଳିତଙ୍କ ନାଁକୁ ପରବର୍ତ୍ତୀ ଉତ୍ତରାଧିକାରୀ ଭାବେ ସୁପାରିଶ କରିଛନ୍ତି। ଜଷ୍ଟିସ୍‌ ଲଳିତ ଭାରତର ୪୯ ତମ ମୁଖ୍ୟ ନ୍ୟାୟାଧୀଶ ହେବେ। ସୂଚନାଯୋଗ୍ୟ ଯେ ଜଷ୍ଟିସ୍‌ ଏନ୍‌ଭି ରମଣା ଚଳିତ ମାସ ୨୬ ତାରିଖରେ ଅବସର ଗ୍ରହଣ କରିବେ।

ଜଷ୍ଟିସ୍‌ ୟୁୟୁ ଲଳିତ ବର୍ତ୍ତମାନ ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ଜଜ୍‌ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଧାନ ବିଚାରପତି ଏନ୍‌ଭି ରମଣା ନିଜ ଉତ୍ତରାଧିକାରୀ ଭାବେ ଜଷ୍ଟିସ୍‌ ଉଦୟ ଉମେଶ ଲଲିତଙ୍କ ନାଁକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଜଷ୍ଟିସ୍‌ ଲଳିତ ଅଗଷ୍ଟ ୨୭ରେ ଶପଥ ନେବେ ଓ ପ୍ରଧାନ ବିଚାରପତି ଭାବେ ନଭେମ୍ବର ୮ ଯାଏଁ କାର୍ଯ୍ୟ କରିବେ।


ଜଷ୍ଟିସ୍‌ ୟୁୟୁ ଲଳିତଙ୍କ କାର୍ଯ୍ୟକାଳ ୩ ମାସ ରହିବ। ଲଳିତ ଚଳିତବର୍ଷ ନଭେମ୍ବରରେ ଅବସର ନେବେ। ମାତ୍ର ୭୪ ଦିନ ପାଇଁ ସର୍ବ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତର ପ୍ରଧାନ ବିଚାରପତି ରହିବେ ଜଷ୍ଟିସ ଉଦୟ ଉମେଶ ଲଳିତ।

Also Read: ଓଡ଼ିଶା ସାମ୍ବାଦିକତା ଦିବସ: ଆଜି ଜନ୍ମ ନେଇଥିଲା ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.