ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣା

ନୂଆଦିଲ୍ଲୀ: ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ଭି ରମଣା। ଜଷ୍ଟିସ ରମଣାଙ୍କ ଅବସର ପରେ ୪୯ତମ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍‌ ଉଦୟ ଉମେଶ ଲଲିତ। ଜଷ୍ଟିସ ଲଳିତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ।

ପୂର୍ବରୁ ଜଷ୍ଟିସ୍‌ ଲଳିତଙ୍କ ନାଁ ସୁପାରିଶ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌ ଭି ରମଣା। ଗତ ୨୦୧୪ରେ ଜଷ୍ଟିସ୍‌ ଲଲିତ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ଜଷ୍ଟିସ୍‌ ଲଳିତ ହେଉଛନ୍ତି ସିଜେଆଇ ଯିଏକି ସିଧାସଳଖ ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୧୬ ମାସର କାର୍ଯ୍ୟକାଳ ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

Leave A Reply

Your email address will not be published.