ପୂର୍ବୋତ୍ତର ଭାରତ ଉପରେ ଚୀନର ନଜର, ନିର୍ମାଣ କଲା ୪୦୯ କିମିର ଲମ୍ବା ହାଇୱେ

ଗଲୱାନ ଘାଟିରେ ଘଟିଥିବା ଘଟଣା ଏବେବି ସମସ୍ତଙ୍କ ମନରେ ତାଜା ହୋଇ ରହିଛି । ଗତବର୍ଷ ଘଟିଥିବା ଏହି ହିଂସା ପୂର୍ବକ ଘଟଣା ପରେ ଚୀନ ସେନା ଓହରିବାର ଖବର ଦେଉଥିବା ଚୀନ ଏବେ ପୂର୍ବ-ଉତ୍ତର ଭାରତ ଅରୁଣାଚଳ ପ୍ରଦେଶରେ ପୁଣି ହଲଚଲ ସୃଷ୍ଟି କରିଛି । ଚୀନ ତିବ୍ଦତର ଦକ୍ଷିଣ-ପୂର୍ବ ସ୍ଥାନରେ ଥିବା ସୁଦୂର ଇଲାକାରେ ହାଇୱେ ନିର୍ମାଣ କାମ ସରିଯାଇଛି । ଯାହା ଅରୁଣାଚଳ ପ୍ରଦେଶର ସୀମା ପାଖରେ ରହିଛି । ଏହାକୁ ନେଇ ଏବେ ଭାରତର ସୁରକ୍ଷା ଉପରେ ପ୍ରଶ୍ନ ଉଠୁଛି ।

ନିର୍ମାଣଧିନ ଏହି ହାଇୱେରେ ୨ କିଲୋମିଟର ପର୍ଯ୍ୟନ୍ତ ରହିଛି ଏକ ଗୁପ୍ତ ସୁରଙ୍ଗ । ଏହା ଅରୁଣାଚଳ ପ୍ରଦେଶର ବିଶିଙ୍ଗ ଗାଁର ସୀମା ବର୍ତ୍ତିରେ ଶେଷ ହୋଇଛି । ଏହା ଗୋଲିଙ୍ଗ ସର୍କଲରେ ଆସିଥାଏ । ଯାହା ମୋକମୋହନ ସୀମାକୁ ସ୍ପର୍ଶ କରିଥାଏ । ଏହି ସୀମା ଭାରତ ଓ ଚୀନ ମଧ୍ୟରେ ଥିବା ବାସ୍ତବିକ ସୀମା ରୂପେ ମନାଯାଏ ।

ଚୀନ ମିଡିଆ ମୁତାବକ ଏହିି ହାଇୱେର ନିର୍ମାଣ ୧୬ ମଇରେ ଶେଷ ହୋଇଥିଲା । ଏହାର ଡେଡଲାଇନ ୨୨୮ ଦିନ ପୂର୍ବରୁ ଏହା ତିଆରି ହୋଇଯାଇଛି । ଏହା ୪୦୯ କିମିର ଲମ୍ବା ହାଇୱେ ରାସ୍ତା ଯାହା ଅରୁଣାଚଳ ପ୍ରଦେଶର ସୀମାରେ ସମାପ୍ତ ହୋଇଛି । ଏହା ପୂର୍ବରୁ ୬୭.୨୨ର ରାସ୍ତା ତିଆରି କରିଥିଲା ଯେଉଁଠିି ୨୧୧୪ ମିଟରର ସୁରଙ୍ଗ ରହିଛି ।

ପ୍ରକୃତରେ ଚୀନ ଅରୁଣାଚଳ ପ୍ରଦେଶକୁ ଭାରତର ଅଂଶ ଭାବୁନାହିଁ । ଚୀନର କହିବା ଅନୁଯାୟୀ ଏହା ଦକ୍ଷିଣ ତିବ୍ଦତର ଏକ ଅଂଶ । ଏହି ହାଇୱେ ଚୀନର ମହତ୍ୱକାଂକ୍ଷୀ ଯୋଜନା ମଧ୍ୟରୁ ଅନ୍ୟତମ ଯୋଜନା ହୋଇଥିବାରୁ ଏହାକୁ ନେଇ ଭାରତର ସୁରକ୍ଷା ଉପରେ ଏବେ ପ୍ରଶ୍ନ ଉଠିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.