ସଂଘର୍ଷକୁ ନେଇ ମୁହଁ ଖୋଲିଲା ଚୀନ୍, କହିଲା ଗଲୱାନ ଘାଟି ସର୍ବଦା ଆମ ଦଖଲରେ ରହିଛି

ନୂଆଦିଲ୍ଲୀ: ଗଲୱାନ ଘାଟି ବିବାଦ ନେଇ ଚୀନର ସ୍ପଷ୍ଟିକରଣ। ଗଲୱାନ ଘାଟି ସର୍ବଦା ଚୀନ ଦଖଲରେ ଥିବା ଦାବି କରିଛନ୍ତି ଚୀନର ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ହାଓ ଲିଜିଆନ। କମାଣ୍ଡର ସ୍ତରରେ ଉଭୟ ରାଷ୍ଟ୍ରମଧ୍ୟରେ କଥାବାର୍ତ୍ତା ଚାଲିଥିଲେ ମଧ୍ୟ ଭାରତ ଏହାକୁ ଉଲ୍ଲଙ୍ଘନ କରିଥିବା ସେ ଅଭିଯୋଗ କରିଛନ୍ତି।

ଭାରତୀୟ ଯବାନ ମାନେ ପ୍ରଥମେ ପ୍ରୋଟୋକଲର ଉଲ୍ଲଙ୍ଘନ କରିବା ସହ ଚୀନ ସୀମା ମଧ୍ୟକୁ ପଶିଯାଇଥିବା ଚୀନ ଦାବି କରିଛନ୍ତି। ସୀମାରେ ଭାରତୀୟ ସେନାଙ୍କୁ ସଂଯମ ରକ୍ଷା କରିବା ପାଇଁ ଚୀନ ସେନା ବାରମ୍ବାର ନିବେଦନ କରିଥିଲେ ମଧ୍ଯ ଭାରତ ଚୀନ ସେନାଙ୍କୁ ବାରମ୍ବାର ଉସୁକାଇଥିବା ଅଭିଯୋଗ ଆଣିଛି ଚୀନ୍।

ଏହାସହ ଦୁଇଦେଶ ମଧ୍ୟରେ କୁଟନୈତିକ ଓ ସାମରିକ କଥାବାର୍ତ୍ତା ଚାଲିଛି। ଏହି ଘଟଣାରେ ଠିକ୍ ଭୁଲ ସତ୍ୟ ପ୍ରମାଣିତ ସ୍ପଷ୍ଟ ହୋଇଥିବା ସେ କହିଛନ୍ତି। ତେବେ ଏଲଏସିର ଚୀନ ସୀମା ମଧ୍ୟରେ ସଂଘର୍ଷ ଘଟିଥିବା ହାଓ ଲିଜିଆନ କହିଛନ୍ତି। ଭବିଷ୍ୟତରେ ଚୀନ କୌଣସି ସଂଘର୍ଷ ଚାହେ ନାହିଁ ବୋଲି ସ୍ପଷ୍ଟ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.