ଚୀନର ରୋବୋଟ ଦେଲା ଅଜବ ତଥ୍ୟ, ଜାଣନ୍ତୁ ଚନ୍ଦ୍ରରେ ଦେଖାଯାଉଥିବା ଠେକୁଆର ରହସ୍ୟ 

ଚନ୍ଦ୍ରକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଓ ଉତ୍ସାହ । ଏମିତିକି ସେଥିପାଇଁ ବଡ଼ ବଡ଼ ଦେଶମାନେ ଚନ୍ଦ୍ରର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ଚନ୍ଦ୍ରକୁ ସଟେଲାଇଟ୍ ପଠାଉଛନ୍ତି। ଯାହାକି ସବୁ ସମୟରେ ଚନ୍ଦ୍ରରେ ଘଟୁଥିବା ଘଟଣା ବିଷୟରେ ସୂଚନା ଦେବ। ସେହିପରି ଚୀନ ମଧ୍ୟ ନିଜର Robot ୟୁଟୁ ୨ ଚନ୍ଦ୍ରକୁ ପଠାଇଛି। ଚନ୍ଦ୍ରରେ ଯାହା କିଛି ହେବ ତାର ସବୁ ଠିକଣା ମିଳିବ ଚୀନକୁ।

ତେବେ ଚନ୍ଦ୍ରରେ ଏମିତି କିଛି ଦେଖା ଯାଇଥିଲା ଯାହାକି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଥମେ ଚୀନର ରୋବୋଟ ବୈଜ୍ଞାନିକଙ୍କୁ ସୂଚନା ଦେଇଥିଲା ଯେ ସେଠାରେ ଏକ ରହସ୍ୟମୟ ଘର ଅଛି । କିନ୍ତୁ ପରେ ଏହା ଉପରେ ରିସର୍ଚ୍ଚ ହେବା ପରେ ଜଣ ପଡ଼ିଥିଲା ଯେ ଏହା ହେଇଛି ଏକ ଚଟାଣ ଯାହା କି ଘର ଭଳି ଦେଖା ଯାଉଛି ଓ ଏହା ଠେକୁଆ ଭଳି ମଧ୍ୟ ଦେଖାଯାଏ ।

moon robot
Picture Credit – umar ujala

ତେବେ ଚୀନର ଏହି ୟୁଟୁର ଟିମ୍ ସେହି ଚଟାଣକୁ ଜେଡ୍ ରେବିଟ ବୋଲି ନାମ ଦେଇଛନ୍ତି। ଡିସେମ୍ୱର ମାସରେ ଏହି ଚଟାଣକୁ ରୋବୋଟ ଦେଖିଥିଲା । ତେବେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ପଥରର ଆକାର ହିଁ ଚନ୍ଦ୍ର ପରି ଦେଖା ଯାଉଛି । ତେବେ ଏହି ରୋବୋଟଟି ୨୦୧୯ ମସିହା ଜାନୁଆରୀ ୩ ତାରିଖରେ ଚନ୍ଦ୍ରରେ ଲ୍ୟାଣ୍ଡ କରିଥିଲା । ପୁଣି ଏହି ୟୁଟୁ ରୋବୋଟ୍ ପ୍ରାୟ ଏକ ମାସ ଚନ୍ଦ୍ର ପରିକ୍ରମା କରିବାପରେ ଯାଇ ମୁନ୍ ହଟ୍ର ଏହି ଫଟୋ ଉଠାଇଥିଲା । ଏହା ପରେ ଯାଇ ପୃଥିବୀ ପୃଷ୍ଠକୁ ଫଟୋ ପଠାଇଥିଲା ।

ତେବେ ଠେକୁଆ ପରି ଦେଖା ଯାଉଥିବା ଚନ୍ଦ୍ର ପୃଷ୍ଠ ହେଉଛି ୩୮ ମିଲିୟନ ବର୍ଗ କିଲୋମିଟର୍। ତେବେ ଲୋକ ଭାବୁଥିଲେ ଏହା ଆଉ ଏକ ଚନ୍ଦ୍ର ହୋଇଥିବ ଯେଉଁଥିରେ ଅନେକ ଗୁଡ଼ିଏ ରହସ୍ୟମୟ ଜିନିଷ ରହିଥିବ ବୋଲି, ପୁଣି ଅନ୍ୟ କିଛି ଲୋକ ଏହାକୁ ଠେକୁଆ ହିଁ କହୁଥିଲେ । କିନ୍ତୁ ବର୍ତ୍ତମାନ ସତ ସାମ୍ନାକୁ ଆସିଛି ଏହା ହେଉଛି ଚନ୍ଦ୍ରର ଏକ ଅଂଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.