ବତିଶ ବର୍ଷ ପରେ କଶ୍ମୀରବାସୀ ଦେଖିବେ ସିନେମା, ମଲ୍‌ଟିପ୍ଲେକ୍ସର ହେଲା ଉଦଘାଟନ

ଶ୍ରୀନଗର : ଦୀର୍ଘ ତିନି ଦଶନ୍ଧି ପରେ ଜମ୍ମୁ କଶ୍ମୀରକୁ ଫେରୁଛି ସିନେମା । ଆସନ୍ତା ମଙ୍ଗଳବାର ଆରମ୍ଭ ହେବ ଜମ୍ମୁ କଶ୍ମୀର ପ୍ରଥମ ମଲ୍ଟିପ୍ଲେକ୍ସ । ପ୍ରଥମ ଫିଲ୍ମ ଭାବେ ପ୍ରଦର୍ଶିତ ହେବ ଅମିର ଖାଁଙ୍କ ଲାଲ୍‌ ସିଂ ଚଢା। ଦକ୍ଷିଣ କଶ୍ମୀର ଜିଲ୍ଲାର ପୁଲଓ୍ଵାମା ଓ ସୋପିଆନ୍‌ରେ ମଲ୍ଟିପ୍ଲେକ୍ସ ଉଦ୍‌ଘାଟନ କରିଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଅନନ୍ତନାଗ, ଶ୍ରୀନଗର, ବନ୍ଦୀପୁରା, ଗନ୍ଦେରଓ୍ଵାଲ, ଡୋଡା, ରାଜୌରୀ, ପୁଞ୍ଝ ଓ କିସ୍ତଓ୍ଵାର ଅଞ୍ଚଳରେ ଖୁବ୍‌ ଶୀଘ୍ର ସିନେମା ହଲ୍‌ ଖୋଲିବ ବୋଲି ଜମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି।

ସିନେମା ହଲ୍‌ ଉଦ୍‌ଘାଟନ କରି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଜମ୍ମୁ କଶ୍ମୀର ପାଇଁ ଆଜି ଏକ ଐତିହାସିକ ଦିନ। ଜମ୍ମୁ କଶ୍ମୀର ଯୁବଗର୍ବଙ୍କୁ ସିନେମା ହଲ୍‌ ସମର୍ପିତ କରିଛନ୍ତି ଉପରାଜ୍ୟପାଳ। ନୂଆ ମଲ୍ଟିପ୍ଲେକ୍ସ ଜମ୍ମୁ କଶ୍ମୀରରେ ନିଯୁକ୍ତି ସୃଷ୍ଟି କରିବା ସହ ଯୁବବର୍ଗଙ୍କୁ ତାଲିମ୍‌ ଓ ସେମିନାରରେ ବ୍ୟବହାର ହୋଇପାରିବ ବୋଲି କହିଛନ୍ତି ଉପରାଜ୍ୟପାଳ।

୧୯୮୦ ଦଶକ ପର୍ଯ୍ୟନ୍ତ ଜମ୍ମୁ କଶ୍ମୀରରେ ଚାଲିଥିଲା ସିନେମା ହଲ୍‌ । ଡଜନେରୁ ଅଧିକ ସିନେମା ହଲ୍‌ ଚାଲିଥିଲା। ଆତଙ୍କବାଦୀଙ୍କ ଧମକ ପରେ ସିନେମା ହଲ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ମାଲିକମାନେ । ୯୦ ଦଶକ ପର୍ଯ୍ୟନ୍ତ ହଲ୍‌ ଖୋଲିବାକୁ ଉଦ୍ୟମ ହୋଇଥିଲା। କିନ୍ତୁ ବିଫଳ ହୋଇଥିଲା। ୧୯୯୯ରେ ଲାଲ୍‌ ଚୌକ୍‌ରେ ରେଗାଲ ସିନେମା ହଲ୍‌ ଉପରେ ଗ୍ରେନେଡ୍‌ ମାଡ଼ କରିଥିଳେ ଆତଙ୍କବାଦୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.