ପିଜି ପାଠ୍ୟକ୍ରମ ପାଇଁ CUET ପରୀକ୍ଷାର ତାରିଖ ଘୋଷିତ, ଟ୍ଵିଟ୍‌ କରି ସୂଚନା ଦେଲେ ୟୁଜିସି ଅଧ୍ୟକ୍ଷ

କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାସ୍‌ ଟେଷ୍ଟ୍‍ ପୋଷ୍ଟଗ୍ରାଜୁଏଟ୍‌ (CUET PG 2022)ର ତାରିଖ ଘୋଷଣା କରାଯାଇଛି। ୟୁଜିସି ଚେୟାରମ୍ୟାନ ଏମ୍‌ ଜଗଦୀଶ କୁମାର ମଙ୍ଗଳବାର ଟ୍ଵିଟର ହ୍ୟାଣ୍ଡେଲରୁ ପରୀକ୍ଷାର ତାରିଖ ଘୋଷଣା କରିଛନ୍ତି।

ଟ୍ଵିଟ୍‌ କରି ସେ କହିଛନ୍ତି କି, CUET ପିଜି ଛାତ୍ରଛାତ୍ରୀମାନଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ପ୍ରବେଶ କରାଇବା ପାଇଁ ଏକ ସିଙ୍ଗଲ ଓ୍ଵିଣ୍ଡୋର କାମ କରିବ। ଯେଉଁ ଆଶାୟୀମାନେ ଏଥର CUET PG 2022 ପାଇଁ ଆବେଦନ କରିଥିଲେ, ସେମାନଙ୍କୁ ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବହୁତ ଜଲ୍‌ଦି ଏନ୍‌ଟିଏର ଅଫିସିଆଲ େଓ୍ଵବ୍‌ସାଇଟ cuet.nta.nic.inରେ ମିଳିଯିବ।

ଜଗଦୀଶ କୁମାର କହିଛନ୍ତି, ଚଳିତ ବର୍ଷ ସେପ୍ଟେମ୍ବର ୧, ୨, ୩, ୪, ୫, ୬, ୭, ୧୦ ଏବଂ ୧୧ ତାରିଖରେ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାସ୍‌ ଟେଷ୍ଟ୍‍ ପୋଷ୍ଟଗ୍ରାଜୁଏଟ୍‌ର ଆୟୋଜନ କରାଯିବ। ପରୀକ୍ଷା ସାରା ଦେଶରେ ନିର୍ଦ୍ଧାରିତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେବ।

ଆଗକୁ ପରୀକ୍ଷାର ପ୍ରବେଶ ପତ୍ର ଏବଂ ପରୀକ୍ଷା କେନ୍ଦ୍ର ସହରଗୁଡ଼ିକର ତାଲିକା ଜାରି କରାଯିବ। ଏହି ପରୀକ୍ଷା ସିବିଟି ମୋଡ୍‌ରେ ହେବ। ପାଖାପାଖି ୩.୫୭ ଲକ୍ଷ ଆଶାୟୀ ଏହି ପରୀକ୍ଷାରେ ଭାଗ ନେବେ। ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଦେଶରେ ୫୦୦ ଏବଂ ବିଦେଶରେ ୧୩ ସହରରେ ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ କୌଣସି ବି ସମସ୍ୟାର ନିବାରଣ ପାଇଁ [email protected]ରେ ଯୋଗାଯୋଗ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.