ମାଲିକ ହେବ ତ ଏମିତି ! କର୍ମଚାରୀଙ୍କୁ କାଢି ଦେଲେ ବୋଲି କାନ୍ଦି କାନ୍ଦି ସୋସିଆଲ ମିଡିଆରେ ପୋଷ୍ଟ କଲେ କମ୍ପାନୀ ସିଇଓ

କର୍ମଚାରୀ ମାନଙ୍କୁ ବାହାର କରିବା ପରେ ସେହି ଗ୍ଲାନିରୁ କିଛିଟା ତ୍ରାହି ପାଇବା ପାଇଁ କମ୍ପାନୀ ସିଇଓ ଏକ ନୂଆ ତରିକା ବାହାର କରିଛନ୍ତି । ଏହାଦ୍ୱାରା ଜଣା ପଡୁଛିଯେ ଆପଣ ଜଣେ କର୍ମଚାରୀଙ୍କୁ ବାହାର କରିବା ପରେ କଣ ଚିନ୍ତା କରୁଛନ୍ତି । ବ୍ଲୁମବର୍ଗ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, “ଓହିୟୋ”ର ମାର୍କେଟିଙ୍ଗ ଏଜେନ୍ସି ହାଇପରସୋଶଲର ସିଇଓ ବ୍ଳାକେ ମଙ୍ଗଳବାର ନିଜ ଅନୁତାପକୁ ନେଇ ଏକ ପୋଷ୍ଟ ଲେଖିଛନ୍ତି । ଏଥିରେ ଲେଖିଛନ୍ତିଯେ କର୍ମଚାରୀ ମାନଙ୍କୁ ଚାକିରୀରୁ ବାହାର କରିବା ପରେ ସେ ଖୁବ କାନ୍ଦିଛନ୍ତି । ଏହା ସହିତ ସେ ଲୁହଭରା ଏକ ସେଲ୍ଫି ମଧ୍ୟ ପୋଷ୍ଟ କରିଛନ୍ତି । ଆଉ ଏହି ପୋଷ୍ଟଟି ଭାଇରାଲ ହେବା ପରେ ନିଜେ ନିଜକୁ “କାନ୍ଦୁରା ସିଇଓ” ବୋଲି ଘୋଷଣା କରିଛନ୍ତି ଏହି ବ୍ୟକ୍ତି ଜଣଙ୍କ ।

ବ୍ଳାକେଙ୍କ ଏହି ପୋଷ୍ଟକୁ ୩୦ ହଜାରରୁ ଅଧିକ ସଂଖ୍ୟକ ଲାଇକ ମିଳିସାରିଲାଣି । ଏହା ସହ ୫ ହଜାର ୩୦୦ କମେଣ୍ଟ ମଧ୍ୟ ମିଳିଛି । ଏହି ପୋଷ୍ଟରେ ସେ କହିଛନ୍ତିକି ସେ ତାଙ୍କର ସବୁ କର୍ମଚାରୀ ମାନଙ୍କୁ ଖୁବ ଭଲ ପାଆନ୍ତି । କିନ୍ତୁ ଗୋଟିଏ ନିଷ୍ପତ୍ତି କାରଣରୁ ସେ ଜଣେ କର୍ମଚାରୀଙ୍କୁ ଚାକିରୀରୁ ବାହାର କରିଦେଲେ । ଆଉ ଏହା ହେଉଛି ଏବେ ପର୍ଯ୍ୟନ୍ତର ତାଙ୍କ ପାଇଁ ସବୁଠାରୁ କଠିନ ସମୟ । ୩୨ ବର୍ଷୀୟ ବ୍ଳାକେ ଏହା ମଧ୍ୟ କହିଛନ୍ତିକି, “ଆଜି ପରି ଦିନରେ ମୁଁ ଭାବୁଛିକି କାଶ ମୁଁ ଜଣେ ବ୍ୟବସାୟୀ ହିଁ ହୋଇଥାନ୍ତି । ଆଉ କେବଳ ମାତ୍ର ଟଙ୍କା କଥା ହିଁ ଚିନ୍ତା କରୁଥାନ୍ତି । ଆଉ ଅନ୍ୟ କିଛି ପ୍ରତି ମୋର ଆଉ ନଜର ହିଁ ନଥାନ୍ତା । କିନ୍ତୁ ମୁଁ ଏମିତି କାହିଁକି ହେଲିଣି । ”

କେତେ ଗୁଡିଏ କମେଣ୍ଟରେ ବ୍ଳାକେଙ୍କ ଏହି ପୋଷ୍ଟକୁ ଏକ ଚର୍ଚ୍ଚାର ବିଷୟ ଭାବେ ଦେଖିବା ନେଇ ଚେଷ୍ଟା କରାଯାଇଛି । ଆଉ କୁହାଯାଇଛିକି ସେ କେବଳ ମାତ୍ର ସହାନୁଭୂତି ସାଉଣ୍ଟିବାକୁ ଚେଷ୍ଟା କରୁଛନ୍ତି । ଯେବେକି କିଛି ଜଣ ତାଙ୍କୁ ସମର୍ଥନ ଦେଇ କହିଛନ୍ତିକି ଏହି କାର୍ଯ୍ୟ କଳାପ ପାଇଁ ତାଙ୍କୁ ଦୋଷୀ ଠଉରାଇବା ଜମା ବି ଉଚିତ ନୁହେଁ । ଖବର ମୁତାବକ ଏହା ଏକ ଛୋଟ କମ୍ପାନୀ ଯେଉଁଥିରେ ୧୫ ଜଣ କର୍ମଚାରୀ କାମ କରନ୍ତି । ଆଉ ଏଯାବତ ମାତ୍ର ଦୁଇ ଜଣଙ୍କୁ ଚାକିରୀରୁ ବାହାର କରାଯାଇଛି । କଳାକେ ଜଣେ ଇନଫ୍ଲୁନ୍ସର ହୋଇଥିବା ବେଳେ ଲିଙ୍କଡିନରେ ତାଙ୍କର ୩୦ହଜାର ଫଲୋଅର୍ଶ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.