ମଧ୍ୟପ୍ରଦେଶ ରାଜନୀତି : ଦିଗବିଜୟ ସିଂ ମାଗିଥିବା ଏୟାର ଷ୍ଟ୍ରାଇକ୍‌ ପ୍ରମାଣର ଏମିତି ଜବାବ ରଖିଲେ ଶିବରାଜ ଚୌହାନ

ଏୟାର ଷ୍ଟ୍ରାଇକ ପରେ ଅଣ ଏନଡିଏ ଦଳଗୁଡିକ ଏବେ ମୋଦି ସରକାରଙ୍କୁ ପ୍ରମାଣ ମାଗିବାରେ ଲାଗିଛନ୍ତି । ରାଫେଲ ଦୁର୍ନୀତି ଅଭିଯୋଗ ଆଣି ବାରମ୍ବାର ମୋଦିଙ୍କୁ ଆକ୍ରମଣ କରିଛି । ଗତ ୨୬ ତାରିଖରେ ହୋଇଥିବା ବାଲାକୋଟ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ଲୋକ ଲୋଚନକୁ ଆଣିବା ପାଇଁ ବିଜେପି ସରକାର ଉପରେ ଚାପ ପକାଇବାରେ ଲାଗିଛନ୍ତି । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟୀ ସିଂହ ଟାର୍ଗେଟ୍‌ କରିବାକୁ ଯାଇ କହିଛନ୍ତି, ଏହା ଟେକ୍ନୋଲଜିର ଯୁଗ ଆଉ ଏ ଯୁଗରେ କାହାକୁ କିଛି ଅଛପା ନାହିଁ । ଖୋଲାରେ ତ ସାଟେଲାଇଟ ମାଧ୍ୟମରେ ସବୁ ଚିତ୍ର ମିଳିଯିବ, ଯେପରି ଆମେରିକା ଓସମା ବିନ ଲାଦେନକୁ ମାରିବା ବେଳର ପ୍ରମାଣ ସାରା ବିଶ୍ବକୁ ଦେଇଥିଲା, ସେମିତି ମୋଦିଜୀ କାହିଁକି ଏହାକୁ କରି ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦିଗବିଜୟ ।
ଅନ୍ୟପକ୍ଷରେ ଏହାର ଉତ୍ତର ରଖିବାକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମୋଦଙ୍କ ବିରୋଧୀ ଏବେ ଅନ୍ଧ ହୋଇଯାଇଛନ୍ତି ଓ ମୁହଁରେ ପାକିସ୍ତାନର ଭାଷା କହୁଛନ୍ତି । ଏହା ଦେଶ ପାଇଁ କଳଙ୍କ ଆଉ ଦିଗବିଜୟ ମୋଦିଙ୍କୁ ବିରୋଧ କରି କରି ଭାରତ ମାତାର ବିରୋଧ କରିବାକୁ ବି ପଛେଇ ନାହାନ୍ତି । ଦିଗବିଜୟ ସିଂହଙ୍କ ସମେତ କଂଗ୍ରେସ ନେତାମାନଙ୍କ ଦ୍ବାରା ବାରମ୍ବାର ଏଭଳି ଅପମାନ ସୂଚକ ମନ୍ତବ୍ୟକୁ ବିରୋଧ କରି ପୂରା ରାଜ୍ୟରେ ବିଜେପି ତରଫରୁ ଆଜି ବିକ୍ଷୋଭ କରାଯାଇଛି ।

‘ଆସନ୍ତା ନିର୍ବାଚନରେ ମିଳିବ ପ୍ରମାଣ’

BABULAL

ମଧ୍ୟ ପ୍ରଦେଶର ଆଉ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ବାବୁଲାଲ ଗୌର ମଧ୍ୟ ଦିଗବଜୟଙ୍କୁ ଜବାବ ଦେଇ କହିଛନ୍ତି ଯେ ସ୍ଥଳ ସେନା, ଜଳ ସେନା, ବାୟୁ ସେନା ଏୟାର ଷ୍ଟ୍ରାଇକ୍‌ର ସବୁ ପ୍ରମାଣ ଦେଇ ସାରିଛନ୍ତି । ପ୍ରମାଣ ମାଗିବାର ଅଛି ତ ସେନାର ମୁଖ୍ୟଙ୍କୁ ମାଗନ୍ତୁ । ତା ଛଡା ସେନା ମୁଖ୍ୟ କୌଣସି ଦଳର ନୁହନ୍ତି । ଦିଗବିଜୟଙ୍କ ଏଥିପାଇଁ ପଶ୍ଚାତାପ ହେଉଛି କି ନରେନ୍ଦ୍ର ମୋଦି ଯେଉଁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେଭଳି କିଛି କଂଗ୍ରେସ ଅମଳରେ ହୋଇ ପାରିନଥିଲା । ନିର୍ବାଚନ ପାଖେଇ ଆସିବାରୁ ଦିଗବିଜୟଙ୍କୁ ଭୟ ଘାରିଛି । ମଧ୍ୟ ପ୍ରଦେଶରେ ବିଜେପିକୁ ସଂଖ୍ୟାଗରିଷ୍ଠତା ମିଳିବାର ସମ୍ଭାବନା ଥବାରୁ ସେ ଏଭଳି କହୁଛନ୍ତି । କାହିଁକି ନା ସବୁ ଯୁଦ୍ଧରେ ଶାସକ ଦଳକୁ ହିଁ ଫାଇଦା ମିଳେ ।

ଦିଗବିଜୟଙ୍କୁ ମିଳିଲା ପୁଅର ସମର୍ଥନ

JAYBARDHAN SINGH

ବିଜେପିର ଆକ୍ରମଣ ଭିତରେ କମଳନାଥ ସରକାରଙ୍କର ନଗର ଉନ୍ନୟନ ମନ୍ତ୍ରୀ ତଥା ଦିଗବିଜୟ ସିଂହଙ୍କ ପୁଅ ଜୟବର୍ଦ୍ଧନ ସିଂହ ତାଙ୍କ ବାପାଙ୍କ ସପକ୍ଷରେ ବାହାରିଛନ୍ତି । ସେ କହିଛନ୍ତି, ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ୍‌ ଖାନଙ୍କ ପ୍ରଂଶସା ବୟାନରେ ଜୟବର୍ଦ୍ଧନ ସିଂହ ତାଙ୍କ ବାପାଙ୍କ କଥାକୁ ସମର୍ଥନ କରିଛନ୍ତି । ସେ କହିଛନ୍ତି ମୁଁ ମୋ ବାପାଙ୍କ ସବୁ ମନ୍ତବ୍ୟ ଶୁଣିଛି, ସେ କିଛି ଭୁଲ କହି ନାହାନ୍ତି । ତା ଛଡା ପ୍ରକୃତରେ ଏୟାର ଷ୍ଟ୍ରାଇକ୍‌ରେ କଣ ହୋଇଛି ତାହାର ତଥ୍ୟ ମାଗିଛନ୍ତ । ଯାହା ଦେଶ ମଧ୍ୟ ଜାଣିବାକୁ ଚାହୁଁଛି । ଏହାପରେ ଜୟବର୍ଦ୍ଧନ ବିଜେପି ଉପରେ ପାଲଟା ଆକ୍ରମଣ କରି କହିଛନ୍ତି ବିଜେପି ହତାଶ ହୋଇଯାଇଛି । ୧୫ ବର୍ଷରେ ରାଜ୍ୟ ପାଇଁ ଯାହ କରି ନାହିଁ କଂଗ୍ରେସ ମାତ୍ର ୬୦ ଦିନରେ ତାହା କରି ଦେଖାଇଥିବାରୁ ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.