କର୍ଣ୍ଣାଟକ କଂଗ୍ରେସରେ ଫାଟ, ବିଧାନସଭାରୁ ଇସ୍ତଫା ଦେଲେ ବିଧାୟକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବେଲାରୀ ଜିଲ୍ଲାର ବିଜୟନଗର ବିଧାନସଭା କ୍ଷେତ୍ରରୁ କଂଗ୍ରେସରୁ ବିଜୟ ଲାଭ କରିଥିଲେ କଂଗ୍ରେସ ବିଧାୟକ ଆନନ୍ଦ ସିଂ । ଆଜି ଶ୍ରୀଯୁକ୍ତ ସିଂ ବିଧାନସଭାରୁ ଇସ୍ତଫା ଦେଇଥିବା ନେଇ ଗଣମାଧ୍ୟମକୁ ସୁଚନା ମିଳିଛି । ସେ ବାଚସ୍ପତି କେ.ଆର ରମେଶ କୁମାରଙ୍କୁ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରେ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ତେବେ ବର୍ତମାନ ସ୍ଥିତିରେ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ବିଦେଶ ଗସ୍ତରେ ଥିବାବେଳେ ଆସନ୍ତା ଜୁଲାଇ ୮ ରେ ବେଙ୍ଗାଲୁରୁ ଫେରିବେ । ଶ୍ରୀଯୁକ୍ତ ସିଂ  କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । କିନ୍ତୁ କେଉଁ କାରଣରୁ ସେ ଏମିତି ପଦକ୍ଷେପ ନେଇଛନ୍ତି ତାହା ଜଣାପଡିନାହିଁ। ତେବେ ସେ ଅସନ୍ତୁଷ୍ଟ କାରଣରୁ ଇସ୍ତଫା ଦେଇପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.