କଂଗ୍ରେସକୁ ଅକ୍ଟୋବରରେ ମିଳିବ ନୂଆ ଅଧ୍ୟକ୍ଷ; ଏହି ତାରିଖରେ ହେବ ନିର୍ବାଚନ

କଂଗ୍ରେସକୁ ଅକ୍ଟୋବର ମାସରେ ନୂଆ ଅଧ୍ୟକ୍ଷ ମିଳିବ। ରବିବାର ଦଳର କେନ୍ଦ୍ର କାର୍ଯ୍ୟକାରୀ କମିଟି (CWC) ବୈଠକରେ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ଅଧ୍ୟକ୍ଷଙ୍କୁ ବାଛିବା ପାଇଁ ଦଳ ପକ୍ଷରୁ ଅକ୍ଟୋବର ୧୭ରେ ନିର୍ବାଚନ ଆୟୋଜନ କରାଯିବ।

ନିର୍ବାଚନ ସରିବା ପରେ ଅକ୍ଟୋବର ୧୯ରେ ମତଗଣନା ହେବ ଏବଂ ଫଳାଫଳ ଘୋଷଣା କରାଯିବ। ଦଳ ସୂତ୍ରରୁ ଜଣାପଡ଼ିଛି, ସିଡବ୍ଲ୍ୟୁସି ବୈଠକରେ ସୋନିଆ ଗାନ୍ଧୀ ଭର୍ଚୁଆଲ ରୂପେ ସାମିଲ ହୋଇଥିଲେ। ସେ ବୈଠକର ଅଧ୍ୟକ୍ଷତା କରିଥିଲେ। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ସୋନିଆ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି। ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବି ତାଙ୍କ ସହିତ ଅଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ କାର୍ଯ୍ୟସୂଚୀ

-ବିଜ୍ଞପ୍ତି ପ୍ରକାଶ: ସେପ୍ଟେମ୍ବର ୨୨

-ନାମାଙ୍କନ: ସେପ୍ଟେମ୍ବର ୨୪

-ନାମାଙ୍କନର ଶେଷ ତାରିଖ: ସେପ୍ଟେମ୍ବର ୩୦

-ନିର୍ବାଚନ: ଅକ୍ଟୋବର ୧୭

-ମତଗଣନା ଏବଂ ଫଳାଫଳ ଘୋଷଣା: ଅକ୍ଟୋବର ୧୯

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.