‘S…’ ଲେଖାହୋଇଥିବା ସ୍କୁଟିକୁ ନେଇ ବଢିଲା ବିବାଦ, ଅକ୍ଷର ବଦଳାଇବା ସହିତ ନମ୍ବର ପ୍ଲେଟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ

ଗତ କିଛିଦିନ ତଳେ ଦିଲ୍ଲୀରେ ଜଣେ ଯୁବତୀଙ୍କ ଗାଡି ନମ୍ୱର ପ୍ଲେଟକୁ ଖବରକୁ ନେଇ ବେଶ୍‌ ଚର୍ଚ୍ଚା ହେଉଥିଲା। ସ୍କୁଟିରେ ‘SEX’ ଲେଖାଥିବା ନମ୍ବର ପ୍ଲେଟ ଯୋଗୁଁ ଯୁବତୀଙ୍କ ଜଣକ ଲାଜରେ ଘରୁ ଗାଡି ବାହାର କରିପାରୁନଥିଲେ। ଏନେଇ ଖବର ପ୍ରଚାରିତ ହେବା ପରେ ଏବେ ଏ ନେଇ ପରିବହନ ବିଭାଗକୁ ନୋଟିସ୍ ଜାରି କରିଛନ୍ତି DCW । DCW ପକ୍ଷରୁ କୁହାଯାଇଛି , ସ୍କୁଟିରେ ଲେଖାଥିବା ‘S.E.X’ ଅକ୍ଷର ବଦଳାଇବା ସହିତ ନମ୍ବର ପ୍ଲେଟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନୂତନ ସିରିଜ୍ ଅଧୀନରେ ପଞ୍ଜୀକୃତ ସମୁଦାୟ ଯାନବାହାନ ବିଷୟରେ ଉଲ୍ଲେଖ କରିବାକୁ ଡିସିଡବ୍ଲ୍ୟୁ ଏହାର ଉତ୍ତରରେ ବିଭାଗକୁ କହିଛନ୍ତି ।

ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ମାମଲା ସାମ୍ନାକୁ ଆସିବା ପରେ ସମଗ୍ର ସିରିଜକୁ ବନ୍ଦ କରି ଦିଆଯାଇଛି। ଅଧିକାରୀ କହିଛନ୍ତି ଯେ, ଯାହାର ଏହି ସିରିଜରେ ରେଜିଷ୍ଟ୍ରେସନ ନମ୍ବର ଅଛି, ସେ ଏହାକୁ ବଦଳାଇ ପାରିବେ । ଏ ବାବଦରେ ୪ ଦିନ ଭିତରେ ରିପୋର୍ଟ ଦାଖଲ କରିବାକୁ ସେ ଟ୍ରାନ୍ସପୋର୍ଟ ବିଭାଗକୁ ନୋଟିସ ଜାରି କରିଛନ୍ତି ।

ସୂଚନା ଥାଉକି, ଦିଲ୍ଲୀର ଜନକପୁରୀରେ ରହୁଥିବା ଜଣେ ଫ୍ୟାଶନ୍ ଡିଜାଇନ୍ ଛାତ୍ରୀଙ୍କୁ ତାଙ୍କ ବାପା ଏକ ସ୍କୁଟି ଉପହାର ଦେଇଥିଲେ । ଯେଉଁ ଗାଡ଼ିରେ ନମ୍ବର ନ୍ୟୁମେରିକାଲ ସହ sex ଶବ୍ଦ ରହିଥିଲା । ଯାହାକୁ ନେଇ ଛାତ୍ରୀ ଜଣକ ଗାଡ଼ିଟିକୁ ବାହାରକୁ ନେବାକୁ ଲଜ୍ଜା ବୋଧ କରିଥିଲେ । ଫଳରେ ଲାଜରେ ଯୁବତୀ ଜଣକ ଏହି ସ୍କୁଟିକୁ ରାସ୍ତାକୁ କାଢ଼ି ପାରୁନାହାନ୍ତି। ରାସ୍ତାରେ ଏହି ନମ୍ବରର ପ୍ଲେଟ୍‌ ଥିବା ଗାଡ଼ି ଚଲାଇଲେ ଲୋକମାନେ ତାଙ୍କୁ ଅଶାଳୀନ କମେଣ୍ଟ କରିବା ସହ ଅଭଦ୍ର ଭାଷା କହୁଛନ୍ତି। ବାଧ୍ୟ ହୋଇ ଯୁବତୀ ଜଣକ ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.