ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ପୁରୀ-ହାଟିଆ-ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍ଏଚବି କୋଚରେ ପରିଣତ କରାଯାଉ

ନୂଆଦିଲ୍ଲୀ : ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ରାଜଧାନୀ ଏକ୍ସପ୍ରେସ ଭଳି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍‌ଏଚ୍‌ବି କୋଚରେ ପରିଣିତ କରିବା ପାଇଁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱରୁ ରେଢାଖୋଲ ପର୍ଯ୍ୟନ୍ତ ପୁରୀ-ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସରେ ଯାତ୍ରା କରିବା ବେଳେ ଏହା ଯାତ୍ରୀଙ୍କ ଦୀର୍ଘ ଦିନର ଦାବି ବୋଲି ଜାଣିବାକୁ ପାଇଥିବା ଅବଗତ କରାଇଛନ୍ତି । ତପସ୍ୱିନୀ ଏକ୍ସପ୍ରେସରେ ଏଚଏଚବି କୋଚ ଆରମ୍ଭ କରାଗଲେ ଯାତ୍ରୀମାନେ ସୁରକ୍ଷିତ ଭାବେ ଆରାମଦାୟକ ଯାତ୍ରା କରିପାରିବେ ।

ତେଣୁ ଯାତ୍ରୀଙ୍କ ସୁରକ୍ଷା, ସୁବିଧା, ତଥା କଲ୍ୟାଣକୁ ଦୃଷ୍ଟିରେ ରଖି ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ଏଲ୍‌ଏଚ୍‌ବି ରେଳରେ ପରିଣତ କରିବାକୁ ବ୍ୟକ୍ତିଗତ ହସ୍ତକ୍ଷେପ କରିବାକୁ ରେଳମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ଅନୁରୋଧ କରିଛନ୍ତି । ନିକଟରେ ଏଭଳି ଅତ୍ୟାଧୁନିକ ସୁବିଧା ସହ ଭୁବନେଶ୍ୱର-ଜଗଦଳପୁର ସ୍ୱତନ୍ତ୍ର ହାରାଖଣ୍ଡ ଏକ୍ସପ୍ରେସର ଶୁଭାରମ୍ଭ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.