ଧଳା ଲାଞ୍ଜ ଥିବା ହରିଣଙ୍କ ଦେହରେ ଦ୍ରୁତ ଗତିରେ ବ୍ୟାପୁଛି କରୋନା ସଂକ୍ରମଣ : ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ଗତ ୨ବର୍ଷ ଧରି କରୋନା ଦ୍ୱାରା ବିଶ୍ୱର କୋଟି କୋଟି ପ୍ରଭାବିତ ହୋଇଛନ୍ତି। କୋଭିଡର ନୂଆ ନୂଆ ଷ୍ଟ୍ରେନ ଜୀବନକୁ ଦୁର୍ବିସହ କରିଛି। ଏବେ ପଶୁଙ୍କ ଠାରେ ଠାବ ହେଇଛି କରୋନା ଭୂତାଣୁ। ଆମେରିକା ଧଳା ଲାଞ୍ଜ ଥିବା ହରିଣଙ୍କ ଠାରେ କୋଭିଡ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ପ୍ରାୟ ୩୦ ଲକ୍ଷ ଧଳା ଲାଞ୍ଜ ହରିଣଙ୍କ ଠାରେ ଏହା ବ୍ୟାପିବାରେ ଲାଗିିଛି।

ଏମାନେ ମୁଖ୍ୟତଃ ମଣିଷଙ୍କ ସଂସ୍ପର୍ଶରେ ଆସୁଥିବାରୁ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ସମ୍ଭବତଃ ଏମାନଙ୍କ ଠାରୁ କୋଭିଡର ନୂଆ ଷ୍ଟ୍ରେନ ମଣିଷଙ୍କୁ ବ୍ୟାପୀବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଏନେଇ ଅଧିକ ଗବେଷଣାର ଆବଶ୍ୟକତା ଥିବା ପେନିନସୁଲା ଷ୍ଟେଟ ୟୁନିଭର୍ସିଟିର ମାଇକୋବାଇଓଲୋଜି ଏବଂ ସଂକ୍ରମଣ ରୋଗ ବିଶେଷଜ୍ଞ ମତ ରଖିଛନ୍ତି। ପାଖାପାଖି ୪ହଜାର ଧଳା ଲାଞ୍ଜ ହରିଣଙ୍କ ଠାରୁ ନମୂନା ସଂଗ୍ରହ କରାଯାଇଛି। ଆମେରିକା ପାଇଁ ମଧ୍ୟ ଏହା ନୂଆ ଉଦ୍‌ବେଗର କାରଣ ପାଲଟିଥିବା କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.