କୋଭାକ୍ସିନରେ ବାଛୁରୀ ସିରମ ବ୍ୟବହାରକୁ ନେଇ ଉଠିଲା ବିବାଦ, ପେଟା ଇଣ୍ଡିଆ ତରଫରୁ ଲାଗିଲା ଅଭିଯୋଗ

କୋଭାକ୍ସିନକୁ ନେଇ ଏକ ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । କିଛିଦିନ ପୂର୍ବରୁ ଭାରତ ବାୟୋଟେକ କୋଭାକ୍ସିନରେ ବାଛୁରୀର ସିରମ ବା ରକ୍ତ ବ୍ୟବହାର କରୁଥିବାର ଅଭିଯୋଗ ସାମ୍ନାକୁ ଆସିଥିଲା । ଏଥିପାଇଁ ସରକାର ଏକ ସ୍ପଷ୍ଟିକରଣ ଜାରୀ କରି ଏ ସବୁ ଭାଇରାଲ ଖବରଠୁ ଦୂରେଇ ରହିବା ପାଇଁ କହିଥିଲେ । ଏବେ ଏହାକୁ ନେଇ ପେଟା ଇଣ୍ଡିଆ ଚେତାବନୀ ଦେଇଛି ।

ପଶୁ ଅଧିକାର ପାଇଁ ସ୍ୱର ଉଠାଉଥିବା ସଙ୍ଗଠନ ପେଟା ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ ଏକ ପତ୍ର ଲେଖିଥିଲେ । କୋଭାକ୍ସିନ ପ୍ରସ୍ତୁତ କରିବା ସମୟରେ ନବଜାତ ବାଛୁରୀର ସିରମକୁ ବ୍ୟବହାର ନ କରିବା ପାଇଁ ଆପତ୍ତି ଜାହିର କରିଥିଲେ । ଅନ୍ୟପକ୍ଷରେ ସିରମ ବ୍ୟତିତ ପଶୁଙ୍କ ଠାରୁ ତିଆରି ହେଉଥିବା କେମିକାଲ ପଦାର୍ଥକୁ ବ୍ୟବହାର କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।

2537325
pc: opindia

ଏହା ପୂର୍ବରୁ ସରକାର କହିଥିଲେ ଯେ, ନବଜାତ ବାଛୁରୀର ସିରମକୁ ଫାଇନାଲ ଷ୍ଟେପରେ ନୁହେଁ ବରଂ କେବଳ ପ୍ରଥମ ଷ୍ଟେପରେ ବ୍ୟବହାର କରାଯାଉଛି । ପେଟା ତରଫରୁ କୁହାଯାଇଛି ଯେ, ବାଛୁରୀ ଜନ୍ମ ହେବା ପରେ ଏହାକୁ ତା ମାଆଠୁ ଦୂରେଇ ନେଇଯିବା ଫଳରେ ଉଭୟ ମାଆ ଓ ଛୁଆକୁ କଷ୍ଟ ହେଉଛି । ତେଣୁ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଥିଲା ।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଫାଇନାଲ ପ୍ରଡକ୍ଟରେ ପଶୁଙ୍କ ସିରମ ବ୍ୟବହାର ହେଉ ନାହିଁ ବୋଲି କୁହାଯାଇଛି । ଏହାକୁ କେବଳ ପ୍ରାଥମିକ ଷ୍ଟେପରେ ବ୍ୟବହାର କରାଯାଉଛି । କାରଣ ଏହି ସିରମରେ ଅନେକ ଜୈବିକ ଗୁଣ ରହିଛି ଯାହା କୋଶିକାମାନଙ୍କର ବିକାଶରେ ସହାୟକ ହେବ । ଏଥିରେ କିଛି ମାତ୍ରାରେ ଆଣ୍ଟି ବଡି ମଧ୍ୟ ସାମିଲ ରହିଛି ।

Leave A Reply

Your email address will not be published.