ଲୁଟେରାଙ୍କୁ ଦେଖି ଭୟରେ ପଳାଇଲା ପୁଲିସ, କହିଲା ପାଖରେ ହତିଆର ନ’ଥିଲା

ସାଉଥ ଦିଲ୍ଲୀର ସୈନିକ ଫାର୍ମ ହାଉସର ଏକ ଘରେ ଦୀର୍ଘ ୪୦ ମିନିଟ ଧରି ଲୁଟେରାମାନେ କରୁଥିଲେ ଲୁଟପାଟ । ସେମାନେ ଘରର ସମସ୍ତ ସଦସ୍ୟଙ୍କୁ ବନ୍ଦୀ ମଧ୍ୟ ବନାଇଥିଲେ । ପୋଲିସ ତ ପହଁଚିଲା ହେଲେ ପାଖରେ ହତିଆର ନ ଥିଲା, ଜାଣନ୍ତୁ ତା ପରେ କଣ ହେଲା ।

ସାଉଥ ଦିଲ୍ଲୀର ସୈନିକ ଫାର୍ମ ହାଉସର ଏକ ଘରେ ଚାରିଜଣ ବଦମାସ ଶ୍ରେଣୀୟ ବ୍ୟକ୍ତି ଦୀର୍ଘ ୪୦ ମିନିଟ ଧରି ଲୁଟପାଟ କରିଥିଲେ । ଲୁଟ ସମୟରେ ସେମାନେ ଘରର ସମସ୍ତ ସଦସ୍ୟଙ୍କୁ ମଧ୍ୟ ବନ୍ଦୀ ବନାଇଥିଲେ ଏବଂ ପ୍ରାୟ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଟଙ୍କା ଧରି ଫେରାର ହୋଇ ଯାଇଥିଲେ । କିନ୍ତୁ ଏ ସମ୍ପୂର୍ଣ ଘଟଣା ପାଇଁ ଦିଲ୍ଲୀ ପୋଲିସକୁ ଦାୟୀ କରାଯାଇ ପାରେ କାରଣ ଲୁଟପାଟ ଚାଲିଥିବା ସମୟରେ କୌଣସିମତେ ଘରର ଜଣେ ସଦସ୍ୟ ନିଜକୁ ବନ୍ଧନ ମୁକ୍ତ କରିଥିଲେ ଏବଉଁ ପାଖରେ ଥିବା ପୋଲିସ ଷ୍ଟେସନରେ ସମସ୍ତ କଥା ଜଣାଇଥିଲେ । ଏହାପରେ ଯଦିଓ ସେହି ପୋଲିସ ଷ୍ଟେସନର ଦୁଇ ଜଣ ପୋଲିସ ଘଟଣା ସ୍ଥଳରେ ପହଂଚିଥିଲେ କିନ୍ତୁ ସେମାନେ ହତିଆର ଆଣିବାକୁ ଭୁଲି ଯାଇଥିଲେ । ତେଣୁ ସେମାନେ ତାଙ୍କର ବାକି ସାଥିମାନଙ୍କୁ ନେଇ ଆସିବେ କହି ଫେରିଯାଇଥିଲେ ।

ନିଶ୍ଚିତ ପଢ଼ନ୍ତୁ: ଅନ୍ତର୍ଜାତୀୟ ଗଲ୍‌ଫ ଖେଳାଳି ଜ୍ୟୋତି ରନ୍ଧୱା ଗିରଫ

ଏ ସମସ୍ତ ଘଟଣା ଉପରେ ଦିଲ୍ଲୀ ସାଉଥ ରେଞ୍ଜର ଜେସିପି ଦେବେଶ ଶ୍ରୀବାସ୍ତବ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ ସମ୍ପୃକ୍ତ ଦୁଇ ପୁଲିସକର୍ମୀ ଏବଂ ଡ୍ୟୁଟି ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଛି । ନିଜର ସିନିଅର ଅଫିସରଙ୍କୁ ସମସ୍ତ ଘଟଣା ବିଷୟରେ ତୁରନ୍ତ ନ ଜଣାଇଥିବାରୁ ଡ୍ୟୁଟି ଅଫିସରଙ୍କୁ ସସ୍ପେଣ୍ଡ କରାଯାଇଥିବା ବେଳେ କର୍ମଚାରୀଙ୍କୁ ସେମାନଙ୍କର ଦାୟିତ୍ବହୀନତା ପାଇଁ ସସ୍ପେଣ୍ଡ କରାଯାଇଛି । ସୂଚନା ମୁତାବକ ସାଉଥ ଦିଲ୍ଲୀର ସମ୍ପୃକ୍ତ ଫାର୍ମ ହାଉସରେ ଦୀପକ ହାଦ୍ଦା ନାମକ ବ୍ୟକ୍ତି ଏବଂ ତାଙ୍କର ସ୍ତ୍ରୀ ରୁହନ୍ତି ଯେଉଁମାନେକି ସେଦିନ ରାତିରେ ଲୁଟେରା ମାନଙ୍କର ଶିକାର ହୋଥିଲେ ।

ନିଶ୍ଚିତ ପଢ଼ନ୍ତୁ: ଫେସବୁକ୍ ପ୍ରେମିକକୁ ପାଇବା ପାଇଁ ନିଜ ମା’କୁ ମାରିଦେଲା ୧୯ ବର୍ଷର ଝିଅ

ମିଳିଥିବା ସୂଚନା ମୁତାବକ, ରାତି ପ୍ରାୟ ୧ଟା ବେଳେ ଲୁଟେରାମାନେ ଘର ମଧ୍ୟରେ ପ୍ରଵେଶ କରିଥିଲେ ଏବଂ ଘରର ଦୁଇ ସଦସ୍ୟ ରମେଶ କୁମାର ଏବଂ ସୁନୀଲ କୁମାରଙ୍କୁ ବାନ୍ଧି ମର୍ପିତ କରିଥିଲେ । ପରେ ସେମାନେ ମାଲିକଙ୍କ ରୁମ ମଧ୍ୟରେ ପ୍ରବେଶ କରିଥିଲେ । ସେ ସମୟରେ ଘରର ମାଲିକ କୋଲକାତାରେ ଥିଲେ । ଘର ମାଲିକଙ୍କ କହିବା ମୁତାବକ ଯେମିତି ଲୁଟେରାମାନେ ତାଙ୍କ ପତ୍ନୀଙ୍କ ରୁମରେ ପଶିଥିଲେ, ସେ ସଂଗେ ସଂଗେ ନିଜକୁ ବାଥରୁମ ଭିତରେ ବନ୍ଦ କରିଦେଇଥିଲେ । କିନ୍ତୁ ଲୁଟେରାମାନେ ତାଙ୍କୁ ଲକରର ଚାବି ପାଇଁ ହଇରାଣ କରିଥିଲେ । ତେଣୁ ସେ ସେମାନଙ୍କୁ ଲକରର ଚାବି ଦେଇ ଦେଇଥିଲେ । ଏହାପରେ ଲୁଟେରାମାନେ ଲୁଟପାଟ କରି ପ୍ରାୟ ରାତ୍ରି ୨.୧୫ ବେଳକୁ ଘର ଛାଡି ପଳାଇଥିଲେ ।

ଆଶ୍ଚର୍ଯ୍ୟର କଥା ଯେ ସେପର୍ଯ୍ୟନ୍ତ ନିଜର ସାଥି ମାନଙ୍କୁ ନେଇ ଆସିବାକୁ ଯାଇଥିବା ପୁଲିସ ଘଟଣା ସ୍ଥଳରେ ପହଂଚି ନ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.