ବାତ୍ୟା ‘ତାଉ-ତେ’ର ମହାତାଣ୍ଡବ, ଏଯାଏଁ ୧୮ ଜଣଙ୍କ ଜୀବନ ନେଲାଣି ବାତ୍ୟା

କେନ୍ୟୁଜ (ବ୍ୟୁରୋ) : ଅତି ଭୟଙ୍କର ଓ ପ୍ରଳୟଙ୍କରୀ ରୂପ ଧାରଣ କରି ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବା ପରେ ତାଣ୍ଡବ ରଚିଛି ବାତ୍ୟା ‘ତାଉ-ତେ’ । ଗୋଆ ଠାରୁ ଆରମ୍ଭ କରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟରେ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡିଛି । ଅନେକ ମାଟି ଘର ମାଟିରେ ମିଶିଛି । ଏପର୍ଯ୍ୟନ୍ତ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ସେଥିରୁ କର୍ଣ୍ଣାଟକ ଓ ଗୋଆରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମହାରାଷ୍ଟ୍ରରେ ୬ ଜଣଙ୍କ ଜୀବନ ଯାଇଛି । ଅନେକ ଆହତ ହୋଇଛନ୍ତି । ପ୍ରାୟ ୩ ଘଣ୍ଟା ଧରି ପ୍ରଳୟ ରଚିଥିଲା ବାତ୍ୟା ।

ରାତି ୮ଟା ୩୦ରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଘଣ୍ଟାପ୍ରତି ୧୮୫ କିମି ବେଗରେ ପବନ ବୋହିଥିଲା । ବର୍ଷା ପବନରେ ବଡ ବଡ ଗଛ ଉପୁଡି ପଡିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି । ଉଦ୍ଧାର କାର୍ଯ୍ୟକୁ ଜୋରଜାର କରିଛି ଏଡିଆରଏଫ । ସମୁଦ୍ରରେ ଉଚ୍ଚ ଜୁଆର ଆସିଥିଲା। ଫଳରେ ଖାଲୁଆ ଅଞ୍ଚଳରେ ଜମି ରହିଛି ପାଣି । ଗୁଜରାଟ ପ୍ରଶାସନ ପକ୍ଷରୁ ଦେଢଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। କୋଭିଡ ହସ୍ପିଟାଲରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜରୁରୀ ସ୍ଥିତି ପାଇଁ ୧୦୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ କରାଯାଇଥଲା।

Leave A Reply

Your email address will not be published.