ଅଚାନକ କୋଟିପତି ବନିଗଲେ ଦିନ ମଜୁରିଆ, ଖାତାକୁ ଆସିଲା ୨୭୦୦ କୋଟି ଟଙ୍କା; କିନ୍ତୁ ତା’ପରେ…

ଅଚାନକ କୋଟିପତି ବନିଗଲେ ଦିନ ମଜୁରିଆ। ପର ଦୁଆରେ ମୂଲ ଲାଗି ଯିଏ ଦିନକୁ ଟଙ୍କା ୫୦୦ ରୋଜଗାର କରିବା ଅସମ୍ଭବ ଥିଲା, ତାଙ୍କ ଆକାଉଣ୍ଟକୁ ଆସିଲା ୨୭୦୦ କୋଟି ଟଙ୍କା। ଉତ୍ତର ପ୍ରଦେଶର କନୌଜ ଜିଲ୍ଲାରେ ଏମିତି ଘଟଣା ସାମ୍ନାକୁ ଆସିଛି। ଏଠାରେ ଭାଟିରେ କାମ କରୁଥିବା ଜଣେ ଦିନ ମଜୁରିଆଙ୍କ ଖାତାକୁ ୨୭୦୦ କୋଟି ଟଙ୍କା ଆସିଛି, ଯାହା ପୂରା ରାଜ୍ୟରେ ଚର୍ଚ୍ଚାରେ ରହିଛି। ଆକାଉଣ୍ଟରେ ଏତେ ଟଙ୍କା ଦେଖି ଶ୍ରମିକଙ୍କ ଖୁସି କହିଲେ ନ ସରେ। ପ୍ରଥମେ ତ ସେ ଏକଥାକୁ ବିଶ୍ୱାସ କରିପାରିନଥିଲେ। କିନ୍ତୁ ଆକାଉଣ୍ଟ ଚେକ୍‌ କରିବାରୁ କଥାଟି ସତ ବୋଲି ଜଣାପଡ଼ିଥିଲା। କିନ୍ତୁ ଶ୍ରମିକଙ୍କର ଏହି ଖୁସି ଅଧିକ ସମୟ ଯାଏଁ ତିଷ୍ଠି ନଥିଲା। ବ୍ୟାଙ୍କ ପହଞ୍ଚିବା ବେଳକୁ ତାଙ୍କ ଆକାଉଣ୍ଟରେ ମାତ୍ର ୧୨୬ ଟଙ୍କା ଥିଲା।

ରିପୋର୍ଟ ମୁତାବକ, ବିହାରୀ ଲାଲ ଜଣେ ଦିନ ମଜୁରିଆ। ସେ ରାଜସ୍ଥାନରେ ଏକ ଭାଟିରେ କାମ କରନ୍ତି। ଏବେ ବର୍ଷା ଦିନ ଯୋଗୁ ଇଟା ଭାଟି କାମ ବନ୍ଦ ରହିଛି। ବିହାରୀଙ୍କର ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଜନଧନ ଖାତା ଅଛି। ସେଥିରୁ ସେ ୧୦୦ ଟଙ୍କା ବାହାର କରିଥିଲେ। ଏହାର କିଛି ସମୟ ପରେ ବିହାରୀ ଲାଲ୍‌ଙ୍କୁ ଫୋନ୍‌ରେ ଏକ ମେସେଜ୍‌ ଆସିଥିଲା। ସେଥିରେ ଲେଖାଥିଲା ଖାତାରେ ୨୭୦୦ କୋଟି ଟଙ୍କା ଜମା ହୋଇଛି। ମେସେଜ୍‌ ପଢ଼ିବା ପରେ ବିହାରୀ ଲାଲ ତୁରନ୍ତ ନିକଟସ୍ଥ ବ୍ୟାଙ୍କ ମିତ୍ରଙ୍କ ପାଖରେ ପହଞ୍ଚି ଖାତା ଚେକ୍‌ କରିଥିଲେ। ବ୍ୟାଙ୍କ ମିତ୍ର ତାଙ୍କୁ କହିଥିଲେ ଯେ ଖାତାରେ ସତରେ ୨୭୦୦ କୋଟି ଟଙ୍କା ଅଛି।


ଏ ନେଇ ମିଡିଆ ସହ କଥା ହେବା ବେଳେ ବିହାରୀ ଲାଲ କହିଛନ୍ତି, ମୁଁ ତାଙ୍କୁ ପୁଣିଥରେ ଖାତା ଚେକ୍‌ କରିବାକୁ କହିଥିଲି। ସେମାନେ ୩ ଥର ଚେକ୍‌ କରିଥିଲେ। ତଥାପି ମୋର ବିଶ୍ୱାସ ନ ହେବାରୁ ମୁଁ ବ୍ୟାଙ୍କ ଷ୍ଟେଟ୍‌ମେଣ୍ଟ ମଗାଇଥିଲି। ମୁଁ ବି ଦେଖିଲି ଯେ ଖାତାରେ ୨୭୦୦ କୋଟି ଟଙ୍କା ଅଛି।

କିନ୍ତୁ ତାଙ୍କର ଏହି ଖୁସି ଅଧିକ ଦିନ ଯାଏଁ ରହିନଥିଲା। ଏହା ପରେ ସେ ବ୍ୟାଙ୍କକୁ ଯିବାରୁ ଜାଣିବାକୁ ପାଇଲେ ଯେ ତାଙ୍କ ଆକାଉଣ୍ଟରେ ମାତ୍ର ୧୨୬ ଟଙ୍କା ଅଛି।

ଏ ନେଇ ବ୍ୟାଙ୍କ ମୁଖ୍ୟ ଜିଲ୍ଲା ପ୍ରବନ୍ଧନ ଅଭିଷେକ ସିହ୍ନା କହିଛନ୍ତି, ବ୍ୟାଙ୍କ ଖାତା ଯାଞ୍ଚ କରାଯାଇଥିଲା। ସେଥିରେ ୧୨୬ ଟଙ୍କା ଥିଲା। ଏହା ବ୍ୟାଙ୍କିଂ ଏରର ହୋଇଥାଇପାରେ। ବିହାରୀ ଲାଲଙ୍କ ଖାତାକୁ କିଛି ସମୟ ପାଇଁ ସିଜ୍‌ କରାଗଲା ଓ ତା’ ପରେ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କୁ ଏନେଇ ଅବଗତ କରାଯାଇଥିଲା। ପରେ ଆକାଉଣ୍ଟର ଠିକ୍‌ ଟଙ୍କା ଶୋ’ କରିଥିଲା ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି।

Also Read: କିଏ ମଟନ୍‌ ମାଗୁଛି ତ ଆଉ କିଏ କାଜୁ କିସ୍‌ମିସ୍‌, ଇଡି ହେପାଜତରେ ଏସବୁ ଜିନିଷ ଖାଉଛନ୍ତି ପାର୍ଥ ଓ ଅର୍ପିତା

Leave A Reply

Your email address will not be published.