ଦିଲ୍ଲୀ : ଗୋଟିଏ ଘରୁ ଝୁଲନ୍ତା ଅବସ୍ଥାରେ ୧୧ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ପୁଣିଥରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ଚାଞ୍ଚଲ୍ୟକର ଘଟଣା। ଦିଲ୍ଳୀ ବୁରାଡ଼ି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘରୁ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ଓ ୪ ଜଣ ପୁରୁଷ। ସମସ୍ତଙ୍କ ମୃତ ଦେହ ଦଉଡିରେ ବନ୍ଧା ହୋଇ ଝୁଲନ୍ତା ଅବସ୍ଥାରେ ହୋଇଛି। କିଛି ଲୋକଙ୍କ ହାତ ଗୋଡ଼ ବନ୍ଧା ହୋଇଥିବା ବେଳେ କିଛି ଲୋକଙ୍କ ଆଖିରେ କପଡ଼ା ବନ୍ଧା ହୋଇଥିବା କୁହାଯାଉଛି। ଏମାନଙ୍କ ମୃତ୍ୟୁ କିପରି ହୋଇଛି ତାହା ଜଣାପଡ଼ିନାହିଁ। ଏହା ଆତ୍ମହତ୍ୟା କି ହତ୍ୟା, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏତେ ଜଣଙ୍କ ମୃତ ଦେହ ଏକାସଙ୍ଗେ ମିଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.